ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ, ୩ଗିରଫ - NILACHALA SAMACHAR
Article Image

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ, ୩ଗିରଫ

🗂 Crime | 🕒 22 Sep 2025, 00:15 IST


ପୁରୀ, ବଡଦାଣ୍ଡ ସ୍ଥିତ ଖୁଣ୍ଟିଆ ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ଦୋଳମଣ୍ଡପ ସାହିର ଜଗନ୍ନାଥ ସ୍ୱାଇଁ ୨୨, ଗୌରବ ପ୍ରଧାନ ୨୨ ଓ ବ୍ରହ୍ମଗିରି କରିମପୁରର ମୁନା ଘଡେଇ ୨୬ l ଅଭିଯୁକ୍ତ ମାନଙ୍କ ନିକଟରୁ ଓଡି ୧୩ଟି ୦୪୦୫ ନମ୍ବର ବିଶିଷ୍ଟ ବାଇକ ଓ ଭଙ୍ଗା ମଦ ବୋତଲ ପୁଲିସ ଜବତ କରିଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ଶନିବାର ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ମାନେ ଏକ ବାଇକ ଯୋଗେ ଖୁଣ୍ଟିଆ ପେଟ୍ରୋଲ ପମ୍ପକୁ ଆସିଥିଲେ l ସେଠାରେ ପେଟ୍ରୋଲ ମାଗିଥିଲେ l. ପେଟ୍ରୋଲ ଗାଡି ପେଟ୍ରୋଲ ଖାଲି କରୁଥିବା ବେଳେ ପେଟ୍ରୋଲ ପାଇଁ ଅପେକ୍ଷା କରିବାକୁ ପେଟ୍ରୋଲ ପମ୍ପ କର୍ମଚାରୀ ସତ୍ୟଶିଷ ପ୍ରଧାନ ଜଣାଇଥିଲେ l ଏଥିରେ ରାଗିଯାଇ ଅଭିଯୁକ୍ତ ମାନେ ସତ୍ୟଶିଷ କୁ ମଦ ବୋତଲରେ ଆକ୍ରମଣ କରିଥିଲେ l ଏଥିରେ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତଶ୍ରାବ ହୋଇଥିଲା l ସେ ମେଡିକାଲ ଯାଇଥିଲେ l ଥାନାରେ ଅଭିଯୋଗ ପରେ ୪୪୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: