ଆସନ୍ତାକାଲି ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର, ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ - NILACHALA SAMACHAR
Article Image

ଆସନ୍ତାକାଲି ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର, ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

🗂 Art & Culture | 🕒 22 Sep 2025, 14:02 IST

ପୁରୀ ଆସନ୍ତାକାଲି ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର । ମାର୍ଗଦର୍ଶିକା ଅନୁସାରେ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: