ଏସକଫ ସିରଫ ବୋତଲ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଏସକଫ ସିରଫ ବୋତଲ ଜବତ, ଜଣେ ଗିରଫ

🗂 Crime | 🕒 22 Sep 2025, 21:45 IST


ପୁରୀ, ବାଲିସାହି ମୁନିସିପାଲ ହାଇସ୍କୁଲ ନିକଟରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବାଲିସାହି ଗଛକାଳୀ ଲେନର ବାଲୁ ଓରଫ ବଳରାମ ବାରିକ ୩୮ l ଅଭିଯୁକ୍ତ ନିକଟରୁ ୧୬ଟି ଏସକଫ ସିରଫ ବୋତଲ, ଗୋଟିଏ ମୋବାଇଲ ଓ ୯୫୦୦ ଟଙ୍କା ଜବତ କରିଛି ପୁଲିସ l ଗତ ରବିବାର ରାତ୍ରରେ ଅଭିଯୁକ୍ତ ବେଆଇନ କାରବାର କରିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଘଟଣା ସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଥିଲା l ପରେ ଅଭିଯୁକ୍ତ ବିରୁଦ୍ଧରେ ୪୬୨/୨୦୨୫ ନମ୍ବର ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: