🗂 Crime | 🕒 22 Sep 2025, 21:52 IST
ପୁରୀ, ଦାଦାବଟି ଦାବିକରି ଫେରାର ଥିବା ଦୁଇ ଜଣକୁ ଗିରଫ କରିଛି ଟାଉନ ଥାନା ପୁଲିସ l ସେମାନଙ୍କୁ କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଦ୍ବୟ ହେଲେ ଗୌଡ଼ବାଡ଼ ସାହିର ଗୋରା ଓରଫ ପ୍ରୟାଂଶୁ ପଣ୍ଡା ୧୯ ଓ ଚକ୍ରକୋଟ ଲେନ ଢିପଜାଗା ନିକଟର ରାକେଶ ଦାସ ୨୧ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଦାମୋଦର ରୋଡ ଖୁଣ୍ଟିଆ ଲେନର ଜଗତଜ୍ୟୋତି ଆଇଚ ଗତ ୩ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ଦ୍ବୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଦାଦାବଟି ଦାବି କରିଥିଲେ l ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୪୨୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ସେବେଠାରୁ ଅଭିଯୁକ୍ତ ଦ୍ବୟ ଫେରାର ଥିଲେ l ପରେ ପୁଲିସ ସେମାନଙ୍କୁ ଗିରଫ ସୋମବାର କୋର୍ଟ ଚାଲାଣ କରିଥିଲା l
No comments yet.