🗂 Crime | 🕒 23 Sep 2025, 14:11 IST
ପୁରୀ, ସଦର ଥାନା ପୁଲିସ ଦୁଇଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଉଭୟ ୱାରେଣ୍ଟିଙ୍କ ପରିଚୟ ଗିରଳ ଗ୍ରାମର ସନ୍ତୋଷ ପରିଡା ୨୬ ଓ ଗୋପୀନାଥପୁରର ସୁକାନ୍ତ ମଲ୍ଲିକ l ୨୦୧୮ ମସିହାରୁ ସନ୍ତୋଷ ନାମରେ ଏନଡିପିଏସ ଆକ୍ଟରେ ମାମଲା ଥିବା ବେଳେ ୨୦୦୯ ମସିହାରୁ ସୁକାନ୍ତ ନାମରେ ଚୋରି ମାମଲା ରହିଥିଲା l ଏନେଇ ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଥିଲେ l
No comments yet.