ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ପୂର୍ବତନ ପେସ୍ ବୋଲର ଭେଙ୍କଟେଶ ପ୍ରସାଦ - NILACHALA SAMACHAR
Article Image

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ପୂର୍ବତନ ପେସ୍ ବୋଲର ଭେଙ୍କଟେଶ ପ୍ରସାଦ

🗂 Local | 🕒 24 Sep 2025, 14:25 IST

ପୁରୀ ଗସ୍ତରେ ଆସି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଭେଙ୍କଟେଶ ପ୍ରସାଦ ଶ୍ରୀ ପ୍ରସାଦ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି। ଏଥିସହ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମର ସବୁକିଛି। ଏଣୁ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି। ଭାରତୀୟ କ୍ରିକେଟ ଟିମ୍ ଏବେ ବହୁତ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଯୁବ ଖେଳାଳି ମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରୁଛନ୍ତି। ଟିମ୍ ରେ ନୂଆ ଯୁବ ଖେଳାଳି ଆସିବା ଏବଂ ଯିବା ଗୋଟେ ପ୍ରକ୍ରିୟା। ପୂର୍ବରୁ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଭଳି ଅନେକ ଯୁବ ପ୍ଲେୟାର ଭାରତୀୟ ଟିମ୍ ରେ ସାମିଲ୍ ହୋଇ ନିଜ କ୍ରିକେଟ କ୍ୟାରିୟରରେ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ। ତେଣୁ ଭାରତୀୟ ଟିମ୍ କୁ ଏବେ ଆସୁଥିବା ନୂଆ ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରି ଭାରତକୁ ସଫଳତା ଦେବେ ବୋଲି ଆଶା କରାଯାଉଛି l ଅନ୍ୟପକ୍ଷରେ ଭାରତ ପାକିସ୍ତାନ ଏସିଆ କପ୍ ମ୍ୟାଚରେ ଭାରତୀୟ ଟିମ୍‌ ର କ୍ୟାପଟେନ୍ ପାକିସ୍ତାନ ଟିମ୍ ସହିତ ହ୍ୟାଣ୍ଡସେକ୍ ନକରିବା ପ୍ରସଙ୍ଗରେ ଭେଙ୍କଟେଶ ପ୍ରସାଦ କହିଛନ୍ତି ଏହାକୁ ଆମେ ଗୁରୁତ୍ବ ନଦେଇ ନିଜ ଖେଳ ଉପରେ ଗୁରୁତ୍ବ ଦେବା ଉଚିତ୍।

💬 Leave a Comment

🗨️ Approved Comments

No comments yet.

🔗 Share this article: