ପୁରୀ ପୋଲିସର ରେସ୍କ୍ୟୁ ଅଭିଯାନ, ଅପହରଣ ନାବାଳିକା ଉଦ୍ଧାର - NILACHALA SAMACHAR
Article Image

ପୁରୀ ପୋଲିସର ରେସ୍କ୍ୟୁ ଅଭିଯାନ, ଅପହରଣ ନାବାଳିକା ଉଦ୍ଧାର

🗂 Crime | 🕒 24 Sep 2025, 20:11 IST


ପୁରୀ, ଜିଲ୍ଲା ପୋଲିସ୍ ପକ୍ଷରୁ ନିଖୋଜ ଓ ଅପହୃତ ଶିଶୁ/ନାବାଳିକା ମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି l ଅପହରଣ ହୋଇଥିବା ୨ଟି ଥାନା ଦ୍ୱାରା ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି l କୁମ୍ଭାରପଡା ପୋଲିସ୍ ଷ୍ଟେସନ୍ କେସ୍ ନଂ-439/25ର ମାମଲାରେ ଗତ ୧୯ ସନ୍ଧ୍ୟାରୁ ନିଖୋଜ ଥିବା ରାମଚଣ୍ଡୀସାହିର ନାବାଳିକାକୁ ଅଜଣା ବ୍ୟକ୍ତି ଦ୍ୱାରା ରେଡ୍‌କ୍ରସ୍‌ ରୋଡ୍‌ରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା l ଉକ୍ତ ନାବାଳିକାକୁ ଆଜି କୁମ୍ଭାରପଡା ଥାନା ପୁଲିସ ଗଞ୍ଜାମ ଜିଲ୍ଲାର ରାମ୍ଭା ଅଞ୍ଚଳରୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ବ୍ରହ୍ମଗିରି ପୋଲିସ୍ ଷ୍ଟେସନ୍, କେସ୍ ନଂ-382/25ର ମାମଲା ଗତ

୨୦ ତାରିଖରେ ଅପହରଣ ହୋଇଥିବା ନାବାଳିକା ନେଇ ଅଭିଯୋଗ ହୋଇଥିଲା l ଉକ୍ତ ନାବାଳିକାକୁ ଆଜି ବ୍ରହ୍ମଗିରି ଥାନା ପୁଲିସ ମହିଷା, କୃଷ୍ଣପ୍ରସାଦ ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: