🗂 Crime | 🕒 25 Sep 2025, 00:52 IST
ପୁରୀ, ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲ ରୁମରେ ଜଣେ ନାବାଳିକା ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ମଙ୍ଗଳାସାହିର ଗୁଡୁ ଓରଫ ସୁନୀଲ ନାୟକ ୨୮ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଜଣେ ନାବାଳିକା ମାର୍କେଟ ଛକ ନିକଟ ଚୂଡ଼ାପଟି ରାସ୍ତାରେ ଚାଲିକରି ଆସୁଥିବା ବେଳେ ଅଭିଯୁକ୍ତ ବାଇକ ଯୋଗେ ନାବାଳିକାକୁ ବସାଇ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲକୁ ନେଇଥିଲା l ଗତ ୨୨ତାରିଖ ପୂର୍ବାହ୍ନରୁ ଗତ ୨୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନାବାଳିକା ହୋଟେଲ ରୁମରେ ରହିଥିଲା l ତାର ଇଛା ବିରୁଦ୍ଧରେ ଅଭିଯୁକ୍ତ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିଥିଲା l ନାବାଳିକା ଜଣକ ତାର ଜେଜେ ମା କୁ ଏସମ୍ପର୍କରେ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା l ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଓଡି ୧୩ଯେ ୪୭୯୨ ନମ୍ବର ବିଶିଷ୍ଟ ବାଇକ ଜବତ କରାଯାଇଥିଲା l ୪୪୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.