🗂 Crime | 🕒 25 Sep 2025, 01:09 IST
ପୁରୀ, ପେଣ୍ଠକଟା ଭୂଦାନ ନଗର ନିକଟସ୍ଥ ଏକ ନଡ଼ିଆ ଦୋକାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ମଧ୍ୟପ୍ରଦେଶର ଗୌତମ ସିଂହ ଓରେଟ ୨୫ l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରାଯାଇଛି l ଜଣାଯାଇଛି ଯେ ଭୂଦାନନଗରର ଉତ୍ତମ ସୁବୁଦ୍ଧି ଗତକାଲି ଥାନାରେ ଅଭିଯୋଗ କରିଥିଲେ ଯେ ଉତ୍ତମ ଭୂଦାନ ନଗରରେ ଏକ ନଡ଼ିଆ ଦୋକାନ କରିଛନ୍ତି l ଗତ ମଙ୍ଗଳବାର ସକାଳେ ଅଭିଯୁକ୍ତ ନଡ଼ିଆ କିଣିବା ପାଇଁ ଆସିଥିଲା l. ପରେ ଦୋକାନରୁ ମୋବାଇଲ ଚୋରି କରି ଚାଲିଯାଇଥିଲା l ଏନେଇ ଶ୍ରୀ ସୁବୁଦ୍ଧି ଥାନାରେ ଅଭିଯୋଗ କରିଥିଲେ l ଥାନାରେ ୨୭୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.