🗂 Local | 🕒 25 Sep 2025, 09:16 IST
ପୁରୀ, ସଦରଥାନା ଅନ୍ତର୍ଗତ ଜେନାସାହି ନିକଟ ରେଳ ଧାରଣରୁ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି ଜିଆରପି l ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି l ମୃତ ଯୁବତୀଙ୍କ ପରିଚୟ ସଦର ଥାନା ଅନ୍ତର୍ଗତ ବାଟଗାଁର ଖୁସି ରାଉତ l ଖୁସି ସରକାରୀ ମହିଳା ଡିଗ୍ରୀ କଲେଜ, ପୁରୀର +୩ର ପ୍ରଥମ ବର୍ଷ ଛାତ୍ରୀ ଥିବା ଜଣାଯାଇଛି l ଛାତ୍ରୀ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ମାରିଦେଇ ଟ୍ରେନ ଆଗକୁ ଫୋଫାଡି ଦେଇଛନ୍ତି ତାହା ସନ୍ଦେହ ଘେରରେ ରହିଛି l ଛାତ୍ରୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯଇଥିବା ଜଣାଯାଇଛି l ଛାତ୍ରୀଙ୍କ ମା ଜିଆରପି ରେ ଜଣାଇଛନ୍ତି ଯେ ଖୁସି ସବୁଦିନ ପରି ଗତ ମଙ୍ଗଳବାର ଦିନ ସକାଳେ କଲେଜ ଯାଇଥିଲା l ସବୁଦିନ ସକାଳେ କଲେଜ ଯାଇ ପରେ କମ୍ପ୍ୟୁଟର କ୍ଲାସ ସାରି ରାତ୍ର ୮ଟାରେ ଘରକୁ ଫେରିଆସେ l ହେଲେ ଗତ ମଙ୍ଗଳବାର ଦିନ ଆଉ ଘରକୁ ଆସିନଥିଲା l ତାର ଫୋନକୁ କଲ କରିବାରେ ଫୋନକୁ କେହି କାଟିଦେଉଥିଲ l ରାତ୍ର ୧୨ଟା ପର୍ଯ୍ୟନ୍ତ କଲ କଲାପରେ ମୋବାଇଲ ସୁଇଚଅଫ ଥିଲା l ପରେ ଆଜି ବୁଧବାର ସକାଳେ ଫୋନ ଅନ ଥିଲା l ଝିଅ ଘରକୁ ଆସିବା ଯୋଗୁଁ ଥାନାରେ ରିପୋର୍ଟ ଦେବାପାଇଁ ଯିବା ବେଳକୁ ଝିଅର ମୃତ ଶରୀର ରେଳ ଧାରଣାରେ ପଡ଼ିଥିବା ଜାଣିବାକୁ ପାଇଥିଲୁ l ଜିଆରପି ମୃତଦେହ ଜବତ କରି ମେଡିକାଲ ନେଇଥିଲା l ଝିଅକୁ କେହି ହତ୍ୟା କରି ଟ୍ରେନ ଆଗକୁ ଫୋଫାଡ଼ି ଦେଇଥିବା ନେଇ ସନ୍ଦେହ କରି ଜିଆରପିରେ ମା ଅଭିଯୋଗ କରିଛନ୍ତି l ଝିଅ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି କି କେହି ମାରିଦେଇ ରେଳଧାରଣାରେ ପକାଇ ଦେଇଛି ତାହା ସନ୍ଦେହ ଭିତରେ ରହିଛି l ଏହି ଘଟଣା ନେଇ ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l
No comments yet.