ଲକ୍ଷାଧିକ ଟଙ୍କା ଠକେଇ ମାମଲା, ଜଣେ ମହିଳା ଗିରଫ - NILACHALA SAMACHAR
Article Image

ଲକ୍ଷାଧିକ ଟଙ୍କା ଠକେଇ ମାମଲା, ଜଣେ ମହିଳା ଗିରଫ

🗂 Crime | 🕒 26 Sep 2025, 00:02 IST


ପୁରୀ, ବରଣା ଗ୍ରାମରୁ ମହିଳା ମାନଙ୍କ ଠାରୁ ଲକ୍ଷାଧିଜ ଟଙ୍କା ଲୁଟ କରିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ମହିଳାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ମହିଳା ଜଣକ ବରଣା ଗ୍ରାମରେ କେତେକ ମହିଳାଙ୍କ ନାମରେ ବିଭିନ୍ନ ବେସରକାରୀ ସଂସ୍ଥାରୁ ଋଣ ଆକାରରେ ଟଙ୍କା ଉଠାଇଥିଲେ l ଟଙ୍କା ନଶୁଝି ମହିଳା ଜଣକ ଫେରାର ହୋଇଥିଲେ l ବେସରକାରୀ ସଂସ୍ଥା ମାନେ ଋଣ ହୋଇଥିବା ମହିଳାଙ୍କୁ ଟଙ୍କା ଶୁଝିବା ପାଇଁ ଜଣାଇଥିଲେ l. ପରେ ମହିଳା ମାନେ ତାଙ୍କ ନାମରେ ଋଣ ହୋଇଥିବା ଜାଣିବାକୁ ପାଇଥିଲେ l ମହିଳା ଜଣକ ପ୍ରାୟ ୨୫ ଲକ୍ଷ ଟଙ୍କା ଋଣ କରି ଫେରାର ହୋଇଥିଲା l ପରେ ସଦର ଥାନାରେ ଅଭିଯୋଗ ହୋଇଥିଲା l ୪୯୭/୨୦୨୫ ନମ୍ବର ମାମଲା ରୁଜ୍ଜ କରାଯାଇ ତଦନ୍ତ ପରେ ମହିଳାଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: