🗂 Local | 🕒 26 Sep 2025, 00:11 IST
ପୁରୀ, ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚାରଧୀନ କଏଦୀର ସନ୍ଦେହ ଜନକ ମୃତ୍ୟୁ ଘଟିଛି l ଜେଲରେ କଏଦୀ ଜନକ ଆତ୍ମହତ୍ୟା କରିଥିବା ନେଇ ଜଣାଯାଇଥିବା ବେଳେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କ ପରିବାର । ମୃତ କଏଦି ଜଣକ ହେଉଛନ୍ତି ପିପିଲି ଥାନା ଅନ୍ତର୍ଗତ ମାଧିପୂର୍ ଗ୍ରାମର ୨୫ ବର୍ଷୀୟ ବୁଲୁ ବେହେରା । ସୂଚନା ଅନୁସାରେ ଜୁଲାଇ ୧ ତାରିଖରେ ଫୋସ୍କ ଆକ୍ଟ ରେ ଜେଲ ଦଣ୍ଡ ପାଇଥିଲା ବୁଲୁ ବେହେରା l ପୁରୀ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ବୁଲୁ। ସେ ଜେଲ୍ର ବାଥରୁମ ପାଇପ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା । ତେବେ କିପରି କେଉଁ ପରିସ୍ଥିତିରେ ବୁଲୁ ମୃତ୍ୟୁ ହୋଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପଟେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ । ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି l
No comments yet.