🗂 Crime | 🕒 26 Sep 2025, 01:13 IST
ପୁରୀ, ସୋସିଆଲ ମିଡିଆରେ ସେବକ ପିଲାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ନକଲି ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି l ଅଭିଯୁକ୍ତର ପରିଚୟ ମାତିତୋଟା ୫ମ ଲେନର ଦିଲ୍ଲୀପ କୁମାର ତ୍ରିପାଠୀ ୪୪ l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ନକଲି ଗୁମାସ୍ତା ସାଜି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରାଇ ଦେବା ପାଇଁ ଟଙ୍କା ଲୁଟ କରୁଥିବା ନେଇ ଅଭିଯୋଗ ହୋଇଥିଲା l ଏଥିସହ ସୋସିଆଲ ମିଡିଆରେ ସେବକ ପିଲାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଥିଲା l ଟାଉନ ଥାନା ପୁଲିସ ୪୬୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.