🗂 Local | 🕒 26 Sep 2025, 22:26 IST
ପୁରୀ, ବାଇକ୍ ଏବଂ ସ୍କୁଟର କ୍ଷେତ୍ରରେ ପୁରୀର ଭରସାଯୋଗ୍ୟ ଶୋ’ରୁମ୍ ‘ସଞ୍ଜୀବ ହିରୋ’ର ଦ୍ୱିତୀୟ ଶୋ’ ରୁମ୍ ଅଠରନଳାଠାରେ ଖୋଲିଛି। ଏହାକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ହେବ ପୁରୀରେ ସଞ୍ଜୀବ ହିରୋ ଗ୍ରାହକମାନଙ୍କ ଭରସା ଓ ବିଶ୍ୱାସ ଜିତିପାରିଛି। ପୁରୀ ବଜାରକୁ ସବୁ ବର୍ଗଙ୍କ ପାଇଁ ବାଇକ୍ ଏବଂ ସ୍କୁଟର ଉପଲବ୍ଧ କରାଇ ଏହା ଗ୍ରାହକଙ୍କ ଚାହିଦାକୁ ପୂରଣ କରିଛି। ସମ୍ପ୍ରତି ଏବେ ବଜାରକୁ ବିଭିନ୍ନ ପ୍ରକାର ଆକର୍ଷଣୀୟ ବାଇକ୍ ଏବଂ ଇଭି ସ୍କୁଟର ଆସୁଛି। ଏହି ପ୍ରତିଯୋଗିତା ମୂଳକ ବଜାରରେ ଗ୍ରାହକମାନେ ମଧ୍ୟ ଏ ସବୁକୁ କିଣିବାକୁ ଭିଡ଼ ଲଗାଉଛନ୍ତି। ତେଣୁ ଗ୍ରାହକଙ୍କ ଚାହିଦାକୁ ପୂରଣ କରି ସେମାନଙ୍କୁ କମ୍ ସମୟ ମଧ୍ୟରେ ବାଇକ୍ ଏବଂ ସ୍କୁଟର ପ୍ରଦାନ କରିବା ଲାଗି ସଞ୍ଜୀବ ହିରୋ ତା’ର ଏକ ନୂଆ ଶୋ’ ରୁମ୍ ଖୋଲିଛି। ଏହା ନିଶ୍ଚିତ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ସାଜିବ ବୋଲି ବରିଷ୍ଠ ସେବାୟତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି। ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ ଅମିତ୍ କୁମାର ମଲ୍ଲିକ କହିଛନ୍ତି, ଦୀର୍ଘବର୍ଷ ହେବ ଗ୍ରାହକ ଆମ ଉପରେ ଯେଉଁ ଭରସା, ବିଶ୍ୱାସ ରଖିଛନ୍ତି ତାହାକୁ ବଜାୟ ରଖିବା ପାଇଁ ସର୍ବଦା ଚେଷ୍ଟା ଜାରି ରଖିଛୁ। ତେଣୁ ଗ୍ରାହକଙ୍କ ସୁବିଧା ପାଇଁ ଏହି ନୂଆ ଶୋ ରୁମ୍ ଖୋଲାଯାଇଛି। ଏଠାରେ ହିରୋର ପେଟ୍ରୋଲ ଏବଂ ଇଭି ମଡେଲର ସମସ୍ତ ପ୍ରକାର ବାଇକ୍ ଓ ସ୍କୁଟର ଉପଲବ୍ଧ ହେବ। ଏହି ଅବସରରେ ଶୋ’ରୁମ୍ ମ୍ୟାନେଜର ଅମ୍ବିକା ପ୍ରସାଦ ମିଶ୍ର, ଡିଏନ୍ଏମ୍ ସନ୍ତୋଷ କୁମାର ଭଟ୍ଟାଚାର୍ଯ୍ୟ, ସର୍ଭିସ ମ୍ୟାନେଜର ପ୍ରଦୀପ କୁମାର ବେହେରା, ନମ୍ରତା ପାଠକ ପ୍ରମୁଖ ଉପସ୍ଥିତ ଥିଲେ।
No comments yet.