୨୦୦ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ମହିଳା ସମେତ ୨ ଗିରଫ - NILACHALA SAMACHAR
Article Image

୨୦୦ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ମହିଳା ସମେତ ୨ ଗିରଫ

🗂 Crime | 🕒 27 Sep 2025, 20:46 IST


ପୁରୀ, ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ଅପରେସନ ଚକ୍ର ଜୋରଦାର ହୋଇଛି l ଏହି କ୍ରମରେ ସଦର ଥାନା ପୁଲିସ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଜଣେ ମହିଳା ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ୬୦ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜା ଓରଫ ମହମ୍ମଦ ସାଜଦ ୩୦ l ଏନେଇ ଡିପିଓ ଠାରେ ଏସପି ପ୍ରତୀକ ସିଂହ ସୂଚନା ଦେଇ କହିଛନ୍ତି ଯେ ଅପରାଧ ନିୟନ୍ତ୍ରଣ ପାଇଁ ଅପରେସନ ଚକ୍ର କାର୍ଯ୍ୟକାରୀ ହେଉଛି l ଏହି କ୍ରମରେ ସଦର ଥାନା ପୁଲିସ ଡ୍ରଗ୍ସ କାରବାର ଉପରେ ନଜର ରଖିଥିଲା l ଅଭିଯୁକ୍ତ ରାଜା ଓରଫ ମହମ୍ମଦ ସାଯଦ ପୁରୀରେ ବ୍ରାଉନ ସୁଗାର ସପ୍ଲାଇ କରୁଥିବା ନେଇ ସୂଚନା ପାଇଥିଲା l ରାଜା ବ୍ରାଉନ ସୁଗାର ବିଭିନ୍ନ ଜିଲ୍ଲାରେ ସପ୍ଲାଇ କରେ ରାଜା ବ୍ରାଉନ ସୁଗାର ବିକ୍ରୟ ପାଇଁ ପୁରୀ ଆସିଥିଲା l ନୀଳଚକ୍ର ନଗରରେ ରହୁଥିବା ମହିଳା ଘରକୁ ଆସି ବ୍ରାଉନ ସୁଗାର ବିକ୍ରୟ କରୁଥିବା ବେଳେ ସଦର ଥାନା ପୁଲିସ ଚଢ଼ାଉ କରି କାବୁ କରିଥିଲେ l ଉଭୟ ମହିଳା ଓ ରାଜାକୁ ଗିରଫ କରାଯାଇଥିଲା l ତାଙ୍କ ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ୫ହଜାର ୨୦୦ ଟଙ୍କା, ୨ଟି ମୋବାଇଲ ଓ ଓଡି ୦୧ଏଆର ୫୧୪୪ ନମ୍ବର ବିଶିଷ୍ଟ କାର ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସପି ଶ୍ରୀ ସିଂହ ସୂଚନା ଦେଇଥିଲେ l ସଦର ଏସଡିପିଓ ରବିନାରାୟଣ ଭଞ୍ଜ ଓ ଆଇଆଇସି ସୁନୀଲ କୁମାର ପ୍ରଧାନ ଉପସ୍ଥିତ ଥିଲେ l ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: