ମହିଳା ଯାତ୍ରୀଙ୍କ ବେକରୁ ସୁନାଚେନ ଓ ଲକେଟ ଲୁଟ କରି ଲୁଟେରା ଗିରଫ - NILACHALA SAMACHAR
Article Image

ମହିଳା ଯାତ୍ରୀଙ୍କ ବେକରୁ ସୁନାଚେନ ଓ ଲକେଟ ଲୁଟ କରି ଲୁଟେରା ଗିରଫ

🗂 Crime | 🕒 27 Sep 2025, 20:51 IST


ପୁରୀ, ରେଳ ଷ୍ଟେସନ ଠାରେ ମହିଳା ଯାତ୍ରୀଙ୍କ ବେକରୁ ସୁନାଚେନ ଲକେଟ ଲୁଟ ଅଭିଯୋଗରେ ଜିଆରପି ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ଲକେଟ ଜବତ କରାଯାଇଛି l ଅଭିଯୁକ୍ତର ପରିଚୟ ଉତ୍ତରପ୍ରଦେଶ ଶାମଳୀ ଜିଲ୍ଲା ନୟବାସର ଗୁରୁ ଦୟାଲ ୬୨ l ଜିଆରପି ସୂତ୍ରରୁ ଜଣାଯାଇଛି ଯେ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ ନୁଆସାହିର ଜି. ଗୋପୀ ରାଓ ତାଙ୍କ ବାପା ଓ ମା ଙ୍କ ସହିତ ପୁରୀ- ତିରୁପତି ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୭୪୭୯) ରେ ପୁରୀରୁ ତୁନେ ରେଳ ଷ୍ଟେସନକୁ ଯାତ୍ରା କରିବା ପାଇଁ ଟ୍ରେନରେ ବସିଥିଲେ l ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ ରୁ ଟ୍ରେନ୍ ଛାଡିବା ସମୟରେ ଜଣେ ଅଜଣା ବ୍ୟକ୍ତି ହଠାତ୍ ତାଙ୍କ ମାଆଙ୍କ ବେକରୁ ପ୍ରାୟ ୪୦ ଗ୍ରାମ ଓଜନର ଏକ ସୁନା ମଙ୍ଗଳ ସୂତ୍ର ଛିଣ୍ଡାଇ ଅନ୍ୟ ରାସ୍ତା ଦେଇ ପଳାଇବାକୁ ଚେଷ୍ଟା କରିଥିଲା l ଏଥିରେ ତାଙ୍କ ମାଆଙ୍କ ପାଟି ଶୁଣି ସେ ଅଭିଯୁକ୍ତକୁ ପିଛା କରିଥିଲେ ଏବଂ ପ୍ଲାଟଫର୍ମ ନମ୍ବର ୨ ନିକଟରେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ସୁନା ମଙ୍ଗଳ ସୂତ୍ର ଛିଣ୍ଡାଇବା ସମୟରେ ତାଙ୍କ ମାଆଙ୍କ ବେକରେ ଆଘାତ ଲାଗି ରକ୍ତାକ୍ତ ହୋଇଥିଲା। ଏହି ସମୟରେ, କର୍ତ୍ତବ୍ୟରତ ଆରପିଏଫ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲେ l ଅଭିଯୁକ୍ତ ତାର ପରିଚୟ ଗୁରୁ ଦୟାଲ, ବୟସ-୬୨, ପିତା- ଜନାର୍ଦନ, ଗ୍ରାମ-ନୟବାସ, ଥାନା-ଝିଞ୍ଜାନା, ଜିଲ୍ଲା-ଶାମଳୀ, ରାଜ୍ୟ-ଉତ୍ତରପ୍ରଦେଶ ବୋଲି କହିଥିଲା l ଅଭିଯୁକ୍ତ ନିକଟରୁ ଏକ ସୁନା ଲକେଟ ଉଦ୍ଧାର କରାଯାଇଥିଲା l ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ସହିତ ଅନ୍ୟ ଜଣେ ଯୁବକ ଥିବାର ସନ୍ଦେହ କରାଯାଇଥିଲା l ଅଭିଯୁକ୍ତ ଦୌଡିବା ସମୟରେ କୌଶଳକ୍ରମେ ସୁନା ଚେନଟି ରେଳ ଅନ୍ୟ କାହାକୁ ଦେଇଥିବା ବେଳେ ତା ପକେଟରୁ ଖାଲି ଲକେଟ ଜବତ କରାଯାଇଥିଲା l ଜିଆରପି ଓ ଆରପିଏଫ କର୍ମଚାରୀ ମାନେ ଅଭିଯୁକ୍ତକୁ ଜିଆରପି ଥାନାକୁ ଆଣିଥିଲେ l ଜି. ଗୋପୀ ରାଓଙ୍କ ଅଭିଯୋଗ କ୍ରମେ 86/2025 ନମ୍ବର ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: