🗂 Crime | 🕒 29 Sep 2025, 22:27 IST
ପୁରୀ, ବଳିଆପଣ୍ଡା ମଦନ ଭିଲ୍ଲା ଲେନରେ ଘରେ ପଶି ଚୋରି କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ଦୋଳମଣ୍ଡପ ସାହି ଭୋଗଯାଗା ନିକଟର ଶ୍ରୀରାମ ଓରଫ ମହାବୀର ପ୍ରଧାନ ୨୮, ରାମମନ୍ଦିର ଛକ ସାଲବେଗ ସାହିର ପମା ଓରଫ ସୁନୀଲ ଜାଲି ୨୪ ଓ ଗୌଡବାଡ଼ ସାହି କେତକୀ ଝରର କତି ଓରଫବରେନ୍ଦ୍ର ମହାରଣା ୨୮ l ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ମୋବାଇଲ ଓ ୧୫00 ଟଙ୍କା ଜବତ କରାଯାଇଛି l ଗତ ଶନିବାର ରାତ୍ରରେ ପରିବାର ସମସ୍ତେ ଶୋଇଥିବା ବେଳେ ଘରୁ ଚୋରି ହୋଇଥିବା ନେଇ ବଳିଆପଣ୍ଡା ମଦନ ଭିଲ୍ଲା ଲେନର ସାଗର ମଲ୍ଲିକ ରବିବାର ସକାଳେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଗତ ଶନିବାର ରାତ୍ରରେ ଘରେ ପଶି ୨ଟି ମୋବାଇଲ ଓ ୨୦ହଜାର ଟଙ୍କା ଚୋରି କରି ନେଇଛନ୍ତି l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୧୮୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ରବିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.