🗂 Crime | 🕒 01 Oct 2025, 12:12 IST
ପୁରୀ, ଘୋଡା ବଜାର ଠାରେ ମୋବାଇଲ ଓ ଟଙ୍କା ଲୁଟ ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ରେଲୱେ କଲୋନୀର ବାବୁଲି ଓରଫ ଅନିଲ ନାୟକ ଓ ଘୋଡାବଜାରର ଗଡ଼ିଶା ଓରଫ ଗଣେଶ ନାୟକ l ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ ଓ ୧୦୦୦ ଟଙ୍କା ଜବତ କରିଛି ପୁଲିସ l ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅଂଚଳର ନରୋତ୍ତମ ସାହୁ ଆଜି ଥାନାରେ ଅଭିଯୋଗ କରିଥିଲେ ଯେ ସେ ଘୋଡା ବଜାର ଠାରେ ଆସୁଥିବା ବେଳେ ଅଭିଯୁକ୍ତ ଦ୍ବୟ ତାଙ୍କ ଠାରୁ ମୋବାଇଲ ଓ ୬୦୦୦ଟଙ୍କା ଲୁଟ କରିଥିଲେ l ସଙ୍ଗେ ସଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ l ୪୫୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.