🗂 Crime | 🕒 01 Oct 2025, 12:19 IST
ପୁରୀ, ପେଣ୍ଠକଟା ସ୍ଥିତ ଏକ ସର୍ଭିସିଂ ସେଣ୍ଟରରେ ଟୋଟୋ ହେରେଫେର ମାମଲାରେ ସମୁଦ୍ରକୂଳ ଥାନା ପୁଲିସ ସର୍ଭିସିଂ ସେଣ୍ଟରର ମାଲିକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଳନା କରିଛି l ମହିଳାଙ୍କ ଠାରୁ ୮ଟି ଟୋଟୋ ଜବତ କରିଛି ପୁଲିସ l ମହିଳାଙ୍କ ପରିଚୟ ଚନ୍ଦନପୁର ଥାନା ଅନ୍ତର୍ଗତ ଗାଦିସାହିର ବିଳାସିନୀ ଶତପଥି ୫୧ l ଘଟଣା ସମ୍ପର୍କରେ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଓ ଆଇଆଇସି ମାନସ ରଞ୍ଜନ ଚକ୍ର ସୂଚନା ଦେଇ କହିଛନ୍ତି ଯେ ଉକ୍ତ ମହିଳାଙ୍କର ପେଣ୍ଠକଟା ଠାରେ ଟୋଟୋ ସର୍ଭିସିଂ ସେଣ୍ଟର ରହିଛି l ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଚମ୍ପାଗଡ଼ ସାହିର ମହେନ୍ଦ୍ର କୁମାର ଜେନା ଓଡି ୧୩ଭି ୯୮୫୫ ନମ୍ବର ବିଶିଷ୍ଟ ଟୋଟୋ ସର୍ଭିସିଂ ପାଇଁ ଦେଇଥିଲେ l ପରେ ଟୋଟୋ ନେବାପାଇଁ ମହେନ୍ଦ୍ର ସର୍ଭିସିଂ ସେଣ୍ଟରକୁ ଯାଇଥିଲେ l ସେଣ୍ଟର ମାଲିକ ବିଳାସିନୀ ଶତପଥି ତାଙ୍କୁ ଗାଳି ଗୁଲଜ କରି ଟୋଟୋ ଦେଇନଥିଲେ l ପରେ ମହେନ୍ଦ୍ର ଜାଣିବାକୁ ପାଇଥିଲେ ଅନ୍ୟ ଏକ ନମ୍ବରରେ ତାଙ୍କର ଟୋଟୋ ସହରରେ ବୁଲୁ ପାସେଞ୍ଜର ନେଇ ଭଡ଼ା କରୁଛି l ପରେ ମହେନ୍ଦ୍ର ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ l ଥାନାରେ ୨୭୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ସର୍ଭିସିଂ ସେଣ୍ଟରକୁ ଆସୁଥିବା ଟୋଟୋ ଗୁଡିକୁ ନମ୍ବର ବଦଳାଇ ସର୍ଭିସିଂ ମାଲିକ ଭଡ଼ା ଆକାରରେ ସହରରେ ଚଳାଉଥିଲା l ବିଳାସିନୀ ଠାରୁ ଏପରିକି ୮ଟି ଟୋଟୋ ଜବତ କରଯାଇଛି l ଟୋଟୋ ହେରେଫେର କରିବା ନେଇ ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.