🗂 Crime | 🕒 05 Oct 2025, 01:20 IST
ପୁରୀ, ଏସପିଙ୍କ ନିର୍ଦେଶ କ୍ରମେ ଅପରେଶନ ଚକ୍ର ଅଭିଯାନକୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଛି l ଏହି କ୍ରମରେ ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି l ସତ୍ୟବାଦୀ ଓ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ଅଲଗାଅଲଗା ଚଢ଼ାଉ କରାଯାଇ ମୋଟ ୭ ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇଛି l ଚନ୍ଦନପୁର ଥାନା ପୋଲିସ ୫ ଜଣ ଜୁଆଡିଙ୍କୁ ଗିରଫ୍ କରି ୭୫୦ ଟଙ୍କା ଜବତ କରିବା ସହ
ଜୁଆ ଖେଳ ସାମଗ୍ରୀ ଜବତ କରିଛି l ସେହିପରି ସତ୍ୟବାଦୀ ଥାନା ପୋଲିସ ମଧ୍ୟ ୨ ଜଣ ଜୁଆଡିଙ୍କୁ ଗିରଫ କରି ୮,୧୫୦ ଟଙ୍କା ଓ ଜୁଆ ଖେଳର ସାମଗ୍ରୀ ଜବତ କରିଛି l ଜିଲ୍ଲାରେ ଚଳିତ ବର୍ଷ ମୋଟ 13 ଟି ମାମଲା ରୁଜୁ ହୋଇଛି l ଚନ୍ଦନପୁର ଥାନାରେ 3 ଟି, ସଦର ଥାନାରେ 5 ଟି, ସତ୍ୟବାଦୀ ଥାନାରେ 2 ଟି, ବାସେଳୀସାହି ଥାନାରେ 1 ଟି ଓ ଚାରିଛକ ଥାନାରେ 2 ଟି ମାମଲା ରୁଜୁ କରାଯାଇଛି l ଏଥିସହ ମୋଟ 67 ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି 4 ଲକ୍ଷ 75 ହଜାର 690 ଟଙ୍କା ଜବତ କରାଯାଇଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l
No comments yet.