ମରଣାନ୍ତକ ଆକ୍ରମଣ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ମରଣାନ୍ତକ ଆକ୍ରମଣ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 05 Oct 2025, 23:51 IST


ପୁରୀ, ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଏହି ଥାନା ଅଧିନ ତଳୁଛ ସାହିର ସନ୍ତୋଷ ଓରଫ କୁମାର ମହାସୁଆର ସନ୍ତୁ ୨୫ l ଅଭିଯୁକ୍ତର ବୁଲେଟ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ଶନିବାର ସକାଳେ ହରଚଣ୍ଡୀ ସାହିର ହରିହର ଖୁଣ୍ଟିଆ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ସେ ମାର୍କେଟିଙ୍ଗ କରିବାକୁ ଯାଉଥିବା ବେଳେ ହରଚଣ୍ଡୀ ସାହି ହାଟମୁଣ୍ଡି ମାଛ ହାଟ ଠାରେ ଅଭିଯୁକ୍ତ ତାଙ୍କର ବୁଲେଟ ପାର୍କିଂ କରି ରଖିଥିଲେ l ଶ୍ରୀ ଖୁଣ୍ଟିଆ ଯିବା ପାଇଁ ଅସୁବିଧା ହେବାରୁ ବୁଲେଟକୁ ସାଇଟ କରିବା ବେଳେ ଅଭିଯୁକ୍ତ ଟଙ୍କା ସହ ପାଟିତୁଣ୍ଡ କରିଥିଲା l ଏଥିରେ ଶ୍ରୀ ଖୁଣ୍ଟିଆ ପ୍ରତିବାଦ କରିବାରୁ ଅଭିଯୁକ୍ତ ବୁଲେଟ ଚାବିରେ ତାଙ୍କୁ ଆକ୍ରମଣ କରିଥିଲା l ଏଥିରେ ତାଙ୍କର ମୁଣ୍ଡ ଓ ମୁହଁରେ ଆଘାତ ଲାଗି ରକ୍ତଶ୍ରାବ ହୋଇଥିଲା l ସ୍ଥାନୀୟ ଲୋକମାନେ ମେଡିକାଲ ନେଇଥିଲେ l ଘଟଣା ନେଇ ଶ୍ରୀ ଖୁଣ୍ଟିଆ ଥାନରେ ଅଭିଯୋଗ କରିବା ପରେ ଥାନା ପୁଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ l ୫୧୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: