🗂 Crime | 🕒 05 Oct 2025, 23:55 IST
ପୁରୀ ସଦର ଥାନା ଅଧୀନସ୍ଥ ଶାସନଦାମୋଦରପୁର ଗାଁରେ ଜୁଆ ଖେଳିବା ବାବଦରେ ଏକ ଅଭିଯୋଗ ଆସିଥିଲା। ଏହା ପରେ ସଦର ପୋଲିସ ଟିମ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଧରା ଯାଇ ଅଟକ ରଖାଯାଇଛି l ୫୯୯/୨୦୨୫ ନମ୍ବର ଧାରା– ୩ O.P.G ଆକ୍ଟ ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ଶାସନଦାମୋଦରପୁରର ମନୋଜ ଦାସ ୨୯ ଓ ଜଗନ୍ନାଥ ଭୋଇ ୪୦ l ତାଙ୍କ ଠାରୁ ୨ହଜାର ୧୦୦ଟଙ୍କା, ୧ଟି ମାଟିର ହଣ୍ଡି ଜବତ କରାଯାଇଛି l
No comments yet.