🗂 Local | 🕒 06 Oct 2025, 00:01 IST
ପୁରୀ ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷ୍ୟାଳି ମା’ ମାନଙ୍କ ପାଇଁ ଚଳିତ ବର୍ଷ ମଧ୍ୟ ପୁରୀରେ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏସପି ପ୍ରତୀକ ସିଂ ଆଜି ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ବୁଲି ସମୀକ୍ଷା କରିଥିଲେ l ଏସପି ବୃନ୍ଦାବତୀ ନିବାସ, ନରେନ୍ଦ୍ରକୋଣ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା, ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିଷ୍ୟାଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି l ଭକ୍ତ ଓ ହବିସିଆଳି ମା’ମାନଙ୍କ ପ୍ରତି ସମ୍ମାନ ଓ ସହାୟତାମୂଳକ ରଖିବା ରଖିବା ହେଉଛି ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ। ସମସ୍ତ ଅଫିସର ଓ ଫୋର୍ସ ନିଜ ଦାୟିତ୍ୱ ସତର୍କ ଭାବେ ପାଳନ କରିବେ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଭକ୍ତ ଓ ହବିସିଆଳି ମା’ମାନଙ୍କୁ ଆହ୍ୱାନ ଆପଣମାନେ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବ ରଖି ଆସିଛନ୍ତି ତାହା ପୁରୀ ପୋଲିସ ସର୍ବଦା ଆପଣଙ୍କ ସେବା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଉପରେ ଏସପି ଶ୍ରୀ ସିଂ ସମସ୍ତ ଅଧିକାରୀ ଓ ଫୋର୍ସଙ୍କୁ ନିର୍ଦେଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ଅତିରିକ୍ତ ଏସପି ଦେବ ପ୍ରତାପ, କୁମ୍ଭରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଆରଆଇ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ l
No comments yet.