🗂 Local | 🕒 07 Oct 2025, 01:47 IST
ପୁରୀ, ପୌରସଂସ୍ଥା ବସଷ୍ଟାଣ୍ଡ ପରିସରର ଏବେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ଯାତ୍ରୀମାନେ ନାକଟେକି ଯିବା ଆସିବା କରୁଛନ୍ତି l ଏଥିପ୍ରତି ପୌରସଂସ୍ଥା ଦୃଷ୍ଟି ଗୋଚର କରୁନାହିଁ l ବାରମ୍ବାର ଅଭିଯୋଗ ସତ୍ୱେ ନିଘୋଡ଼ ନିଦ୍ରାରେ ଶୋଇ ରହିଛି ପୌରସଂନ୍ଥା l ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ତାଲା ପଡିବା କାରଣରୁ ଯାତ୍ରୀ ବା ପର୍ଯ୍ୟଟକ ମାନେ ଏଣେ ତେଣେ ପରିସ୍ରା କରୁଛନ୍ତି l ଏଥିପାଇଁ ବସଷ୍ଟାଣ୍ଡ ପରିସର ପରିବେଶ ନଷ୍ଟ ହେଉଛି l ଜଣାଯାଇଛି ଯେ ପୁରୀ ଏକ ବିଶ୍ୱ ପର୍ଯ୍ୟଟନ ସହର ହୋଇଥିବାରୁ ବହୁ ଯାତ୍ରୀ ପର୍ଯ୍ୟଟକ ମାନଙ୍କ ପୁରୀକୁ ଆଗମନ କରୁଛନ୍ତି l ବହୁ ସଂଖ୍ୟକ ଯାତ୍ରୀ ବସ ଯୋଗେ ପୁରୀ ଆସୁଛନ୍ତି l ପୁରୀ ବସଷ୍ଟାଣ୍ଡରେ ବସରୁ ଓହ୍ଲାଇବା ପରେ ଶୌଚ ପାଇଁ ଏଣେତେଣେ ଯାଉଛନ୍ତି l ବସଷ୍ଟାଣ୍ଡ ପରିସରରେ ପ୍ରତେକ ଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ ଚଳପ୍ରଚଳ ଲାଗି ରହୁଥିବା ବେଳେ ଶୌଚ ପାଇଁ ଭଲ ଶୌଚାଳୟ ନାହିଁ l ଯେଉଁ ଗୋଟିଏ ନିଶୁକ୍ଳ ଶୌଚାଳୟ ରହିଛି ତାହା କେତେବେଳେ ଖୋଲୁଛି କି ବନ୍ଦ ହେଉଛି ତାହା ଜଣାପଡୁନାହିଁ l ଅଧିକାଂଶ ସମୟରେ ଶୌଚାଳୟଟି ତାଲା ପଡି ରହୁଥିବା ଦେଖାଯାଉଛି l ଏହି ଶୌଚାଳୟଟି ତାଲା ପଡିବା ଯୋଗୁଁ ଯାତ୍ରୀମାନେ ଏଣେ ତେଣେ ପରିସ୍ରା କରୁଛନ୍ତି l ଏଥିପାଇଁ ବସଷ୍ଟାଣ୍ଡ ପରିସର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ବାହାରୁ ଆସୁଥିବା ପର୍ଯ୍ୟଟକ ନାକ ଟେକି ଚାଲୁଛନ୍ତି l ବସଷ୍ଟାଣ୍ଡ ପରିସରରେ ଏକାଧିକ ଶୌଚାଳୟ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି l
No comments yet.