ଲକ୍ଷ୍ମୀ ବସ୍ ଭିତରେ ଭରତ ଭୋଇ ନାମକ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ମାରଣାନ୍ତକ - NILACHALA SAMACHAR
Article Image

ଲକ୍ଷ୍ମୀ ବସ୍ ଭିତରେ ଭରତ ଭୋଇ ନାମକ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ମାରଣାନ୍ତକ

🗂 Crime | 🕒 07 Oct 2025, 17:06 IST


ପୁରୀ କଣାସ ବ୍ଲକ ବିନ୍ଧଣ ଛକରେ ଲକ୍ଷ୍ମୀ ବସ୍ ଭିତରେ ଭରତ ଭୋଇ ନାମକ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣା ନେଇ ପୁରୀ ଏସ୍ପି ପ୍ରତୀକ୍ ସିଂହଙ୍କ ପତିକ୍ରିୟା l ଆକ୍ରମଣ କରିଥିବା ଯୁବକ ହେଉଛନ୍ତି 35 ବର୍ଷୀୟ ଶୁକଳ ଗ୍ରାମର ଭରତ ଭୋଇ l ଯୁବକଙ୍କ ଆକ୍ରମଣରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି l ୨ଜଣ ଯାତ୍ରୀ କଣାସ ଡାକ୍ତରଖାନା ରେ ଚିକିର୍ସିତ ହୋଇ ଡିସ୍ଚାର୍ଜ ହୋଇଥିବାବେଳେ ଆଉ ୨ଜଣ ଯାତ୍ରୀ ପୁରୀ ସଦର ମୁଖ୍ୟ ଚିକିର୍ସାଲୟରେ ଚିକିର୍ସିତ ହେଉଛନ୍ତି। ଉକ୍ତ ଯୁବକ କେଉଁଥିପାଇଁ ଏହି କାଣ୍ଡ ଘଟାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଗଡିଶାଗଦା ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି l ଆକ୍ରମଣ କରିଥିବା ଅଭିଯୁକ୍ତ ଭରତ ଭୋଇ ମଧ୍ୟ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ତଦନ୍ତ ପରେ ଆକ୍ରମଣ କାରଣ ସ୍ପଷ୍ଟ ହେବ କହିଛନ୍ତି ପୁରୀ ଏସପି




💬 Leave a Comment

🗨️ Approved Comments

No comments yet.

🔗 Share this article: