🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜେଲ୍ ଗଲା ହୋଟେଲ୍ ମାଲିକ - NILACHALA SAMACHAR
Article Image

ଜେଲ୍ ଗଲା ହୋଟେଲ୍ ମାଲିକ

🗂 Crime | 🕒 09 Oct 2025, 16:38 IST



ପୁରୀ ହୋଟେଲ୍‌ର ଦୋସା ମିଶ୍ରିକୁ ଶାବଳରେ ପିଟିବା ମାମଲାରେ ସଦର ଥାନା ପୁଲିସ ବୁଧବାର ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲ ମାଲିକ ଲକ୍ଷ୍ମୀଧର ବରାଳକୁ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ତାକୁ ଜେଲ୍‌କୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁଯାୟୀ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମାଳତୀପାଟପୁର ଓଭରବ୍ରିଜ୍‌ଠାରେ ଲକ୍ଷ୍ମୀଧରଙ୍କ ବୋଉ ନାମରେ ଏକ ହୋଟେଲ ରହିଛି। ହୋଟେଲରେ ଗଞ୍ଜାମର ବିଜୟ କୁମାର ସାହୁ ୧୫ ଦିନ ହେଲା ଦୋସା ମିଶ୍ରି ଭାବେ କାମ କରୁଥିଲେ । ଦିନକୁ ୮୦୦ ଟଙ୍କା ମଜୁରି ଦେବା ଲାଗି ନିଷ୍ପଭି ହୋଇଥିଲା । ମାତ୍ର ବିଜୟ ରବିବାର ମଜୁରି ୧୨ ଶହ ଟଙ୍କା ଦେବାକୁ ଲକ୍ଷ୍ମୀଧରକୁ କହିଥିଲା। ସୋମବାର ସକାଳେ ଲକ୍ଷ୍ମୀଧର ହୋଟେଲରେ ପହଞ୍ଚି ବିଜୟକୁ ଲୁହା ପାଇପ୍ରେ ନୃଶଂସ ଭାବେ ପିଟିଥିଲା।



💬 Leave a Comment

🗨️ Approved Comments

No comments yet.

🔗 Share this article: