🗂 Art & Culture | 🕒 03 May 2025, 01:54 IST
ନୀଳାଚଳ ସମାଚାର :ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ବଳକା ଦାରୁ କାଠ ଦେବା ବିବାଦ ଏବେ ଘନେଇବାରେ ଲାଗିଛି । ଏହି ଘଟଣା ଜଣାପଡିବା ପରେ ଗଣମାଧ୍ୟମରେ ଲଗାତାର ଏହି ଖବର ପ୍ରସାର ହେବା ଦ୍ବାରା ଓଡିଶାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେଣୁ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଳକା ଦାରୁ କାଠରେ ଅନ୍ୟ ସ୍ଥାନରେ ଠାକୁରଙ୍କ ବିଗ୍ରହ ନିର୍ମାଣ ହେବା ଅଗ୍ରହଣୀୟ ବୋଲି କହିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
No comments yet.