ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର, ଆଜି ଅପରାହ୍ନରେ ବସିବ ବୈଠକ… - NILACHALA SAMACHAR
Article Image

ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର, ଆଜି ଅପରାହ୍ନରେ ବସିବ ବୈଠକ…

🗂 Art & Culture | 🕒 03 May 2025, 12:28 IST

ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ପ୍ରସଙ୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ


ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ବଳକା ଦାରୁ କାଠ ଦିଆଯିବାକୁ ନେଇ ବିବାଦ ଘଟଣାରେ ଆକ୍ସନରେ ଶ୍ରୀମନ୍ଦିର ପ୍ରଶାସନ । ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ବନ୍ଦ୍ବାତ୍ମକ ଖବର ପ୍ରସାରିତ ହେଉଛି । 


ଦୀଘାଠାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ନାମକୁ ଜଗନ୍ନାଥଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବାକୁ ନେଇ ଚର୍ଚ୍ଚା ହେବା ଗ୍ରହଣୀୟ ନୁହେଁ । ଏହା ସାଢ଼େ ୪କୋଟି ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ତେଣୁ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ । ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି କିମ୍ବା ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: