ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳିତ - NILACHALA SAMACHAR
Article Image

ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳିତ

🗂 Local | 🕒 04 May 2025, 00:52 IST

 

ପୁରୀ : ସ୍ଥାନୀୟ ଓଡିଶା ସଂଗୀତ ପରିଷଦ ଠାରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ ଓଡିଶା ପୁରୀ ଶାଖା ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦାନ କରିଥିଲେ l ପ୍ରତ୍ୟେକ ପ୍ରତ୍ୟେକଙ୍କ ସୀମା ମଧରେ ରହିବା, ସମାଜ ପାଇଁ କିଛି ଭଲ କାମ କରିବା ଓ ଦରିଦ୍ର ଅସହାୟ ଲୋକମାନଙ୍କ ପାଇଁ କିଛି କରିବା ଯାହା ଫଳରେ ତାଙ୍କ ମୁହଁର ହସ ଫୁଟିବ ବୋଲି ଆଜିର ଦିବସରେ ଶ୍ରୀ ସେଠୀ ବାର୍ତ୍ତା ଦେଇଥିଲେ l ଏସୟୁଜେଏ ର ଜିଲ୍ଲା ସଭାପତି କେଦାର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ l କାର୍ଯ୍ୟକାରୀ ସଭାପତି ତୁଷାର ରଞ୍ଜନ ନାୟକ, ସାମ୍ବାଦିକ ଜୁପିଟର ଦାସ, ଅନନ୍ତ ସିଂହ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁବୋଧ କୁମାର ସୁବୁଦ୍ଧି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: