🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁଣି ସମୁଦ୍ରରେ ଅଘଟଣ। ରିପ୍ କରେଣ୍ଟ‌ ନେଲା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ - NILACHALA SAMACHAR
Article Image

ପୁଣି ସମୁଦ୍ରରେ ଅଘଟଣ। ରିପ୍ କରେଣ୍ଟ‌ ନେଲା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ

🗂 Local | 🕒 18 Oct 2025, 19:57 IST



ପୁରୀ ସମୁଦ୍ରରେ ପୁଣି ଅଘଟଣ। ରିପ୍ କରେଣ୍ଟ‌ ନେଲା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣ। ପୁରୀ ସମୁଦ୍ର କୂଳ ସେକ୍ଟର ୧୨ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସମୁଦ୍ର କୂଳ ସେକ୍ଟର ୧୨ ରେ ସ୍ନାନ କରୁଥିବା ସମୟରେ ଜଣେ ପର୍ଯ୍ୟଟକ ଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡିଛି। ତେବେ ଉଦ୍ଧାର ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଓଡିଆ ପର୍ଯ୍ୟଟକ ଜଣକ ହେଉଛନ୍ତି ଭଦ୍ରକ ତିହିଡ଼ି ଅଞ୍ଚଳର ଦିନେଶ ବାରିକ। ସେହିପରି ନିଖୋଜ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ସବ୍ୟସାଚୀ ମହାନ୍ତି। ନିଖୋଜ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରେ ଲାଇଫ ଗାର୍ଡ ମାନେ ଖୋଜାଖୋଜି କରୁଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।‌ 

💬 Leave a Comment

🗨️ Approved Comments

No comments yet.

🔗 Share this article: