🗂 Politics | 🕒 04 May 2025, 01:55 IST
ପୁରୀ ସଦର ଅନ୍ତର୍ଗତ ସମଗରା ପଞ୍ଚାୟତରେ ସରପଞ୍ଚ ଶାନ୍ତିଲତା ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଭୋଟ ହୋଇଥିଲା l ସରପଞ୍ଚଙ୍କ ବିରୁଦ୍ଧରେ 8ଜଣ ୱାର୍ଡ ମେମ୍ବର ଭୋଟ ଦେଇ ସରପଞ୍ଚ ଶାନ୍ତିଲତା ସେଠିଙ୍କୁ ଅନାସ୍ଥାରେ ହରାଇଥିଲେ l ପରେ ବିଜେପି ସମର୍ଥିତ ନ୍ୟାୟବ ସରପଞ୍ଚ ସୁରେନ୍ଦ୍ର ସାହୁଙ୍କୁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l ଆଜି ଶ୍ରୀ ସାହୁ ସରପଞ୍ଚ ଦାୟିତ୍ୱ ତୁଲାଇବେ l ଏହା ପୁରୀସଦର ନିର୍ବାଚନ ମଣ୍ଡଳୀ ବିଜେପିର ବିଜୟ ଅଟେ l ଶ୍ରୀସାହୁ ବିଜୟ ପାଇଁ ସମସ୍ତ ଗ୍ରାମବାସୀ, ୱାର୍ଡମେମ୍ବର ଓ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ହରିହର ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ l
No comments yet.