🗂 Art & Culture | 🕒 04 May 2025, 18:24 IST
ପୁରୀରେ ଅନୁକୂଳ ପରେ ରଥ ଖଳାରେ ଜୋର ସୋର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣର ପଞ୍ଚମ ଦିନରେ ସେବକମାନେ ରଥ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କରତି ସେବକମାନେ ରଥତ୍ରୟ ପାଇଁ ଆବଶ୍ୟକ ମୋଟ ୪୨ ତୁମ୍ବ ଗଡ଼ କାଟି ବିଶ୍ବକର୍ମାଙ୍କୁ ଯୋଗାଇଛନ୍ତି । ରଥ ଖଳାରେ ଠାକୁରଙ୍କ କାର୍ଯ୍ୟ କରୁଛନ୍ତି ନିର୍ମାଣକାରୀ । ବିଶ୍ବକର୍ମାମାନେ ୨୦ଟି ତୁମ୍ବ ଗୋଲେଇ କାର୍ଯ୍ୟ ସାରିଛନ୍ତି । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା କହିଛନ୍ତି ବର୍ତ୍ତମାନ ତୁମ୍ବ କାର୍ଯ୍ୟ ସାରୁଛନ୍ତି ନିର୍ମାଣକାରୀ ।
#puri nilachal samachar #
No comments yet.