🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ହୋଟେଲ ବାଥରୁମ୍ ରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉତ୍ତୋଳନ କରିବା ଅଭିଯୋଗରେ ଜେଲ୍ ଗଲା ଟାଇଲ୍ ମିଶ୍ରି - NILACHALA SAMACHAR
Article Image

ହୋଟେଲ ବାଥରୁମ୍ ରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉତ୍ତୋଳନ କରିବା ଅଭିଯୋଗରେ ଜେଲ୍ ଗଲା ଟାଇଲ୍ ମିଶ୍ରି

🗂 Crime | 🕒 31 Oct 2025, 09:48 IST



ପୁରୀ ହୋଟେଲ ବାଥରୁମ୍ ରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ଟାଇଲ୍ ମିଶ୍ରିକୁ ଗିରଫ କରିଛି। ସେ ହେଲା ପଶ୍ଚିମବଙ୍ଗ ପାଇକେର ଥାନା ଅଧୀନ ଧନତୁରୁ ଗ୍ରାମର ମେହେଦି ହାସନ ଏସକେ (୨୦)। ତା’ଠାରୁ ପୁଲିସ ମୋବାଇଲ ଫୋନ୍ ଜବତ କରିଛି। ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶଙ୍କ କହିବାନୁଯାୟୀ, ଶ୍ରୀମାର୍ଗରେ ଥିବା ହୋଟେଲର ତଳ ମହଲରେ ପର୍ଯ୍ୟଟକମାନେ ରହୁଥିବାବେଳେ ଉପର ମହଲାରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ମେହେଦି ଗଇଲ ମିଶ୍ରି ଭାବେ କାର୍ଯ୍ୟ କରେ। ରୁମ୍‌ର ବଅରୁମକୁ କଣା କରି ସେ ମହିଳା ଗାଧୋଉଥିବାବେଳେ ତାଙ୍କ ପଟୋ ଓ ଭିଡିଓକୁ ଉତ୍ତୋଳନ କରୁଥିଲା।

ମହିଳା ଜଣଙ୍କ ଜାଣିବା ପରେ ସ୍ବାମୀଙ୍କ ସହ ଥାନାକୁ ଆସି ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: