🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ - NILACHALA SAMACHAR
Article Image

ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

🗂 Local | 🕒 06 Nov 2025, 12:04 IST


ପୁରୀ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କର ଏକମାସର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଏବଂ ପଞ୍ଚୁକ ଶାନ୍ତି ଶୃଙ୍ଖଳା ର ସହ ପରିସମାପ୍ତି ହୋଇଛି।ସମସ୍ତ ଙ୍କ ସହଯୋଗ ରେ ଏହା ଅତି ସୁନ୍ଦର ଭାବେ ପରିଚାଳିତ ହୋଇ ଥିବାରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।ହବିଷ୍ୟାଳୀ ମା ମାନେ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ,ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଏକ ମାସ ରହିଥିଲେ।ପ୍ରତି ଦିନ ପ୍ରତ୍ୟୁଷରୁ ସେମାନଙ୍କ ସ୍ନାନ ଶୌଚ ପରେ ବୃନ୍ଦାବତୀ ପୂଜନ, ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ, ଭଜନ, କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଥିଲା।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରଶାସନ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ହବିଷ୍ୟାଳୀ କେନ୍ଦ୍ର ଗୁଡିକ ଶୃଙ୍ଖଳା ର ସହ ପରିଚାଳିତ ହୋଇଥିଲା।ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ର କୁ ବରିଷ୍ଟ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ପ୍ରମୁଖ ଦାୟିତ୍ୱ ର ସହ କାର୍ଯ୍ୟ ସମ୍ପାଦନା କରିଥିଲେ।ଆଜି ପୂର୍ଣ୍ଣିମା ତିଥିରେ ଅନେକ ହବିଷ୍ୟାଳୀ ମା ମାନେ ନିଜ ଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବିଭିନ୍ନ କେନ୍ଦ୍ର ରେ ଅଳ୍ପ କିଛି ମା ଆଗାମୀ ଦିନ ରେ ଫେରିଯିବେ।ତେବେ ବିଦାୟ ବେଳେ ପ୍ରତ୍ୟେକ ମା ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଧରି କୋହ ସମ୍ବରଣ କରି ନ ପାରି କାନ୍ଦୁ ଥିବା ର ଦେଖିବାକୁ ମିଳିଥିଲା।ଏମାନଙ୍କ ସହ ଗୋଟିଏ ମାସର ସମ୍ପର୍କ ଅବର୍ଣ୍ଣନୀୟ।ରକ୍ତ ସମ୍ପର୍କ ଠାରୁ ଏ ସମ୍ପର୍କ ଅଧିକ।ଆମ ପୁଅ,ଝିଅ, ନାତି, ନାତୁଣୀ ଙ୍କ ଠାରୁ ଅଧିକ ସେବା ଦେଇ ଆମକୁ ଋଣୀ କରାଇ ଦେଇଛନ୍ତି ବୋଲି ହବିଷ୍ୟାଳୀ ମା ମାନେ କହି କାନ୍ଦି ପକାଉଥିଲେ।ବଞ୍ଚି ଥିଲେ ଆର ବରଷକୁ ପୁଣି ଦେଖାହେବ କହି ସେମାନେ ବିଦାୟ ନେଇଥିଲେ।ସମସ୍ତ ବ୍ୟବସ୍ଥା କୁ ଖୁବ ଭଲ ବୋଲି କହିବା ସହ ଆଶୀର୍ବାଦ କରିଥିଲେ ମା ମାନେ।

💬 Leave a Comment

🗨️ Approved Comments

No comments yet.

🔗 Share this article: