ସମୁଦ୍ରକୁଳ ଥାନା ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ - NILACHALA SAMACHAR
Article Image

ସମୁଦ୍ରକୁଳ ଥାନା ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

🗂 Crime | 🕒 06 May 2025, 14:09 IST

ପୁରୀରେ ରେଣୁକା ଲେନରୁ ସମୁଦ୍ରକୁଳ ଥାନା ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ ସହ କୋର୍ଟ ଚାଲାଣ l ମହିଳାଙ୍କ ପରିଚୟ ବାଲିନୋଳିଆ ସାହିରେ ରେଣୁକା ଲେନରେ ରହୁଥିବା କଟକ ବଡମ୍ବା ଥାନା ଆଠଗଡ଼ ହାଟସାହିର ପ୍ରଭାତୀ ବେହେରା l ମହିଳାଙ୍କ ଠାରୁ 10.60 ଗ୍ରାମ ବ୍ରାଉନ ସୁଗାର,20ହଜାର 5ଶହ ଟଙ୍କା ଜବତ କରାଯାଇଛି l ରେଣୁକାଲେନରେ ଥିବା ଏକ ହୋଟେଲ ଷ୍ଟାଫ ରୁମରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ପୁଲିସ ପେଟ୍ରୋଲିଂ ବେଳେ ଆଜି ସକାଳେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ମହିଳାଙ୍କୁ ଗିରଫ କରିବା ଶହ ବ୍ରାଉନ ସୁଗାର ଟଙ୍କା ଜବତ କରାଯଇଥିଲା l ମହିଳାଙ୍କ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ 111/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 4ଟାରେ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: