ଜେଲ ହାଜତକୁ ଗଲା ମାରଣାସ୍ତ୍ର ଧରି ଆତଙ୍କ ଖେଳାଇ ଦାଦାବଟି ମାଗିଥିବା ଗିରଳ ଗ୍ରାମର ସୁଶାନ୍ତ ଜେନା - NILACHALA SAMACHAR
Article Image

ଜେଲ ହାଜତକୁ ଗଲା ମାରଣାସ୍ତ୍ର ଧରି ଆତଙ୍କ ଖେଳାଇ ଦାଦାବଟି ମାଗିଥିବା ଗିରଳ ଗ୍ରାମର ସୁଶାନ୍ତ ଜେନା

🗂 Crime | 🕒 06 May 2025, 14:32 IST

ଗିରଳ ଗ୍ରାମରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା, ଦାଦାବଟି ମାଗି ଚୋରି କରିବା ଆଦି ମାମଲାରେ ସଦର ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଗିରଳ ଗ୍ରାମର ସୁଶାନ୍ତ ଜେନା 28 l ଅଭିଯୁକ୍ତ ନିକଟରୁ ଏକ କଟୁରୀ ଜବତ କରାଯାଇଛି l ଅଭିଯୁକ୍ତ ସୁଶାନ୍ତ ଗିରଳ ଗ୍ରାମର ରୁଦ୍ର ପ୍ରସାଦ ସିଂହଙ୍କୁ ଧମକ ଦେଇ ଦାଦାବଟି ମାଗି ତାଙ୍କ ବାଡିରୁ ମୋଟର ପମ୍ପ ଚୋରି କରିଥିଲା l ଏଥିସହ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲା l ଏନେଇ ଶ୍ରୀ ସିଂହ ସଦର ଥାନାରେ ଅଭିଯୋଗ କରିଥିଲେ l ଥାନାରେ 247/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: