🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ସିଂହଦ୍ୱାରରେ କାନି ପତାଇ ବାପା-ମାଆ ମାଗିଲେ ଛୁଆର ଜୀବନ ଭିକ୍ଷା - NILACHALA SAMACHAR
Article Image

ସିଂହଦ୍ୱାରରେ କାନି ପତାଇ ବାପା-ମାଆ ମାଗିଲେ ଛୁଆର ଜୀବନ ଭିକ୍ଷା

🗂 Local | 🕒 23 Nov 2025, 20:35 IST

ପୁରୀ ରବିବାର ବଡ଼ି ଭୋରରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଅସୁସ୍ଥ ପୁଅର ସୁସ୍ଥତା କାମନା କରିବା ସହ ପଣତ କାନି ଦେଖାଇ ମହାପ୍ରଭୁଙ୍କୁ ଗୁହାରି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏହି ଶିଶୁଟିର କଣ ରୋଗ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କେଉଁ ଅଞ୍ଚଳରୁ ଆସିଛନ୍ତି ସେନେଇ କୌଣସି ସୂଚନା ମଧ୍ୟ ନାହିଁ। ହେଲେ ଭାବର ଠାକୁର ପାଖକୁ ଏହି ବାପା ମା ବିଶ୍ବାସର ସହିତ ଆସିଛନ୍ତି। ମନରେ ଆଶା ଅଛି ମହାପ୍ରଭୁ ନିଶ୍ଚିତ ତାଙ୍କ ପୁଅକୁ ସୁସ୍ଥ କରିଦେବେ। ଗତକାଲି ମଧ୍ୟ ଅସୁସ୍ଥ ପୁଅର ସୁସ୍ଥତା ପାଇଁ ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ନିକଟକୁ ଆସିଥିଲେ। କୋମାରେ ଥିବା ପୁଅ ମହାପ୍ରଭୁଙ୍କ ଆଶୀର୍ବାଦରୁ ସାମାନ୍ୟ ସୁସ୍ଥ ହୋଇଥିଲା। ପରେ ଅତ୍ୟଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: