🗂 Crime | 🕒 07 May 2025, 01:09 IST
ପୁରୀ ସଦର ଥାନା ପୁଲିସର ଗିରଳ ଗ୍ରୀଡ଼କୋ ରୋଡ କାଜୁ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ, 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଧନୀକେରାର ଭାସ୍କର ଜେନା 47, ଚମାରକେରାର ବିଶ୍ୱମ୍ବର ନାୟକ 25, ଚନ୍ଦନପୁରର ଜିତେନ୍ଦ୍ର ସାହୁ 35, ଅଶୋକ ଚନ୍ଦ୍ର ବେହେରା 30 ଓ ମଙ୍ଗଳାଘାଟ ପାଇକସାହିର ଭାସ୍କର ମହାପାତ୍ର 23 l ଅଭିଯୁକ୍ତଙ୍କ ନିକଟରୁ 18ହଜାର 5ଶହ ଟଙ୍କା, ଏକ ବାଇକ ଓ ୨ଟି ପ୍ଲେୟିଙ୍ଗ କାର୍ଡ l ଗତକାଲି ରାତ୍ରରେ ଗ୍ରୀଡ଼କୋ ରୋଡ କାଜୁ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦର ଥାନା ପୁଲିସ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ 5ଜଣଙ୍କୁ ଗିରଫ କରାଯାଇ ଟଙ୍କା ଜବତ କରାଯାଇଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 2ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.