🗂 Crime | 🕒 07 May 2025, 01:12 IST
ପୁରୀ ମାର୍କଣ୍ଡେଶ୍ୱର ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ବାସେଳୀ ସାହି ଥାନା ପୁଲିସର ଚଢ଼ାଉ, 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ମାର୍କଣ୍ଡେଶ୍ୱର ସାହିର କାଳୁ ଓରଫ କାଳିଆ ବିଶ୍ୱାଳ 25, ନରେନ୍ଦ୍ରକୋଣ ମଙ୍ଗଳାସାହିର ସୁନୀଲ ଖାନ 39, ନରେନ୍ଦ୍ରକୋଣ ବିଶେଶ୍ୱରୀ ମନ୍ଦିର ନିକଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ 50, ମାର୍କଣ୍ଡେଶ୍ୱର ସାହି ଢିପ ଉପରର ନିରଞ୍ଜନ ସାହୁ 36 ଓ ଜଗନ୍ନାଥ ବସ୍ତିର ପଦ୍ମନାଭ ବିଶ୍ୱାଳ 35 l ଅଭିଯୁକ୍ତଙ୍କ ନିକଟରୁ 27 ହଜାର 520ଟଙ୍କା 4ଟି ପ୍ଲେୟିଙ୍ଗ କାର୍ଡ ଜବତ କରାଯାଇଛି l ଅଭିଯୁକ୍ତ ମାନେ ଗତକାଲି ରାତ୍ରରେ ଜୁଆ ଆଡ୍ଡା ଚଳାଇଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା l ଓପିଜି ଆକ୍ଟରେ 82/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.