🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ସହୀଦ ଜୟୀ ରାଜଗୁରୁଙ୍କ ୨୨୦ତମ ମହାପ୍ରୟାଣ ଦିବସ ପାଳିତ। - NILACHALA SAMACHAR
Article Image

ସହୀଦ ଜୟୀ ରାଜଗୁରୁଙ୍କ ୨୨୦ତମ ମହାପ୍ରୟାଣ ଦିବସ ପାଳିତ।

🗂 Local | 🕒 06 Dec 2025, 20:10 IST


ପୁରୀ ସହୀଦ ଜୟୀ ରାଜଗୁରୁ ସ୍ବାଧୀନତା ଆନ୍ଦୋଳନର ଏକ ସ୍ପର୍ଦ୍ଧିତ ନାମ।ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ବର ପ୍ରତୀକ ଥିଲେ ସେ।ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଚିର ଅମର ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ବୀର ହରେକୃଷ୍ଣପୁର ଗ୍ରାମରେ ଥିବା ଜୟୀ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ୨୨୦ ତମ ମହାପ୍ରୟାଣ ତିଥିରେ ସହୀଦ ଙ୍କ ମହାପ୍ରୟାଣ ଦିବସ ଅବସରରେ ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ନିକଟସ୍ଥ ପୁଷ୍କରିଣୀ ରେ ସହୀଦ ଙ୍କ ଉଦ୍ଦେଶ୍ୟ ରେ ତିଳତର୍ପଣ କରାଯାଇଥିଲା।

ସହୀଦ ଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣ ପୁର ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଗୋପୀନାଥ ଦେବସ୍ଥାନ ସମିତି ଓ ସହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓଡିଶା ଙ୍କ ମିଳିତ ସହଯୋଗ ରେ ଆୟୋଜିତ ମହାପ୍ରୟାଣ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ସଦର ବିଡ଼ିଓ ସମ୍ବିତ ଶତପଥୀ ଜୟୀ ରାଜଗୁରୁ ଙ୍କ ସ୍ମୃତି ଚାରଣ କରି ସଂଗ୍ରାମୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜୟୀ ରାଜଗୁରୁ ଜଣେ ଦୃଢ଼ମନା,ଅଦମ୍ୟ ଦେଶପ୍ରେମୀ ଓ ସାହସୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଆଜିର ଯୁବ ପିଢ଼ି ତାଙ୍କ ବିଷୟରେ ପଢିବା, ତାଙ୍କ ଚରିତ୍ର ଓ ଆଦର୍ଶ କୁ ଅନୁସରଣ କଲେ ଏକ ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ ବୋଲି ସେ କହିଥିଲେ।ସହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର ଜୟୀ ରାଜଗୁରୁ ଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ସହୀଦ ଙ୍କ ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସ୍ମୃତି ପରିଷଦ ର ସହଯୋଗ ରେ ଜୟୀ ରାଜଗୁରୁ ଙ୍କ ଉପରେ ପୁସ୍ତକ ପ୍ରକାଶିତ ହୋଇଛି ବୋଲି ସୂଚନା ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଜୟୀ ରାଜଗୁରୁ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବୀର ହରେକୃଷ୍ଣପୁର ଗ୍ରାମ କମିଟି ସଭାପତି ଭାସ୍କର ନାରାୟଣ ରଥ,ଉପ ସଭାପତି ପ୍ରକାଶ ଚନ୍ଦ୍ର ରଥ,ସମିତି ସଭ୍ୟ ଅଜୟ କୁମାର ପ୍ରଧାନ ପ୍ରମୁଖ ସ୍ମୃତି ଚାରଣ କରିଥିଲେ।ଗ୍ରାମ୍ୟ କମିଟି ସଦସ୍ୟ ହରି ଶଙ୍କର ମିଶ୍ର, ଦେବୀ ପ୍ରସାଦ ମହାପାତ୍ର,ରାଜେଶ କୁମାର ରଥ,ରବି ନାରାୟଣ ମିଶ୍ର, ଆଶୁତୋଷ ମିଶ୍ର, ହିମାଂଶୁ ମିଶ୍ର, ସତ୍ୟଜିତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ।

ପୂର୍ବରୁ ପୁରୀ ରେଲୱେ ଷ୍ଟେସନ ଠାରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଓ ଅନ୍ୟ ମାନେ ମାଲ୍ୟାର୍ପଣ କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: