🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ମହାପ୍ରଭୁଙ୍କ ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ - NILACHALA SAMACHAR
Article Image

ମହାପ୍ରଭୁଙ୍କ ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

🗂 Art & Culture | 🕒 07 Dec 2025, 16:09 IST

ପୁରୀ ୦୭।୧୨ : ବଡ଼ଦେଉଳରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ। କେହି ଜଣେ ମହାପ୍ରଭୁଙ୍କୁ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି। ମହାସ୍ନାନ ଯୋଗୁଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ମହାସ୍ନାନ ନୀତି ସରିବା ପରେ ପୁଣି ଚାଲିବ ସର୍ବସାଧାରଣ ଦର୍ଶନ।

ରବିବାର ଦିନ ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ହଠାତ୍‌ ଶ୍ରୀମନ୍ଦିର ମଧ୍ୟକୁ ଯାଇ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାସ୍ନାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ତୁରନ୍ତ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା । ଯାହାକୁ ସାଧାରଣତଃ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ ବୋଲି କୁହାଯାଏ । ତେବେ ଠାକୁରଙ୍କ ମହାସ୍ନାନ ପରେ ସାଧାରଣ ଦର୍ଶନକୁ ପୂର୍ବ ପରି ଚାଲୁରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: