ସନ୍ଦେହ ଜନକ ଅବସ୍ଥାରେ ଅଠରନଳା ମଦ ଦୋକାନ ନିକଟରୁ ସୁନା ବ୍ୟବସାୟୀ ମୃତଦେହ ଜବତ, - NILACHALA SAMACHAR
Article Image

ସନ୍ଦେହ ଜନକ ଅବସ୍ଥାରେ ଅଠରନଳା ମଦ ଦୋକାନ ନିକଟରୁ ସୁନା ବ୍ୟବସାୟୀ ମୃତଦେହ ଜବତ,

🗂 Crime | 🕒 08 May 2025, 14:24 IST

ପୁରୀ ଅଠରନଳା ମଦଦୋକାନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ, ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ଭର୍ତ୍ତି l ଆଜି ରାତ୍ର 11ଟାରେ ଅଠରନଳା ମଦଦୋକାନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଜବତ କରାଯାଇଛି l ବ୍ୟକ୍ତି ଜଣକ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଆଣିବାରେ ଡାକ୍ତର ସଙ୍ଗେ ସଙ୍ଗେ ମୃତ ଘୋଷଣା କରିଥିଲେ l ବ୍ୟକ୍ତିଙ୍କ ପରିଚୟ ପାଇଁ ମେଡିକାଲ ପୁଲିସ ସହାୟତା କେନ୍ଦ୍ର ପକ୍ଷରୁ ଯାଞ୍ଚ କରାଯାଇଥିଲା l ମୃତବ୍ୟକ୍ତିଙ୍କ ପକେଟରୁ ମିଳିଥିବା ମନିପର୍ସରୁ ଡ୍ରାଇଭିଙ୍ଗ ପ୍ରମାଣପତ୍ର ଅନୁଯାୟୀ ତାଙ୍କର ନାମ ରାଜେନ୍ଦ୍ର କର୍ମକାର ଘର ମାଟିଆପଡାର ବୋଲି ଜଣାଯାଇଛି l ବ୍ୟକ୍ତି ଜଣକ ମଦଦୋକାନ ନିକଟରେ ବାଇକ ସହ ପଡ଼ିଥିବା ନେଇ ଉଦ୍ଧାର କରାଯାଇଥିଲା l ବ୍ୟକ୍ତି ଜଣକ ଜଣେ ସୁନା ବ୍ୟବସାୟୀ ବୋଲି ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: