🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀରେ ଥିବା ହୋଟେଲ ଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କରାଯାଇଛି ଯାଞ୍ଚ - NILACHALA SAMACHAR
Article Image

ପୁରୀରେ ଥିବା ହୋଟେଲ ଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କରାଯାଇଛି ଯାଞ୍ଚ

🗂 Local | 🕒 14 Dec 2025, 23:14 IST

ପୁରୀ ୧୪/୧୨ : ହୋଟେଲ ଗୁଡ଼ିକୁ ଆଜି ପୁରୀ ଅଗ୍ନିଶମ ବିଭାଗ ର ଅଧିକାରୀ ଯାଇ ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ଜାଞ୍ଜ କରୁଛନ୍ତି। ପୁରୀ ସମୁଦ୍ର କୂଳ ରେ ଥିବା ହୋଟେଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଜ କରୁଚି ପୁରୀ ଅଗ୍ନିଶମ ବିଭାଗ। ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ହୋଟେଲ ଗୁଡ଼ିକ ରେ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ, ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକ ଠିକ୍ ରେ କାର୍ଯ୍ୟ କରୁଚି କି ନାହିଁ, ହୋଟେଲ ର ରୁମ୍, ରୋଷେଇ ଘରେ ସେନସର୍ କାର୍ଯ୍ୟ କରୁଛି କି ନାହିଁ ତାହା କଡା ଯାଞ୍ଜ କରୁଛନ୍ତି। ପୁରୀ ଏକ ପର୍ଯ୍ୟଟନ ସ୍ଥଳୀ। ଏଠାରେ ଏକ ହଜାର ରୁ ଅଧିକ ଛୋଟ ବଡ ହୋଟେଲ , ଲଜ, ଗେଷ୍ଟ ହାଉସ ରହିଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏହି ହୋଟେଲ, ଗେଷ୍ଟ ହାଉସ ରେ ରାତ୍ରୀ ଯାପନ କରୁଛନ୍ତି। ଏଣୁ ସବୁ ହୋଟେଲ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବଡ ଗୁରୁତ୍ବପୁର୍ଣ। ନ ହେଲେ କିଛି ଅଘଟଣ ଘଟିଲେ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ରହିଚି। ହେଲେ ସବୁଠୁ ବଡ ଚିନ୍ତାର ବିଷୟ ପୁରୀ ରେ ଥିବା ଅଳ୍ପ କିଛି ବଡ ହୋଟେଲ କୁ ଛାଡି ଦେଲେ ଛୋଟ ଲଜ୍, ଗେଷ୍ଟ ହାଉସ ରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଯାହାବି ଅଛି ତାହା ନାମକୁ ମାତ୍ର। ଅଗ୍ନି କାଣ୍ଡ ହେଲେ ଏହାକୁ କିଭଳି ବ୍ୟବହାର କରିହେବ ତାହା ଜାଣି ନାହାନ୍ତି ଲଜ, ଗେଷ୍ଟ ହାଉସ କର୍ମଚାରି। ପୁରୀ ରେ ଅନେକ ସାହି ଗଳିରେ ଅନେକ ବେଆଇନ ଲଜ, ଗେଷ୍ଟ ହାଉସ ଅଛି। ସେଠାରେ ଜମା ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ବହୁତ୍ ସଂକୀର୍ଣ୍ଣ ରାସ୍ତା ହୋଇ ଥିବାରୁ ଫାୟାର ଗାଡ଼ି ମଧ୍ୟ ଯିବା ବହୁତ୍ କଷ୍ଟ କର। ବେଆଇନ ଲଜ୍, ଗେଷ୍ଟ ହାଉସ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଚି।



ପୁରୀ ଫାୟାର ଷ୍ଟେସନ ଅଧିକାରୀ ପ୍ରଭାତ କୁମାର ରାଉତ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଜି ଆମେ ପୁରୀ ରେ ସବୁ ହୋଟେଲ ରେ ଫାୟାର ସେଫ୍ଟି ବ୍ୟବସ୍ଥା ଯାଞ୍ଜ କରୁଚୁ। ନିକଟ ରେ ଗୋଆ ଓ ଭୁବନେଶ୍ବର ରେ ଏକ ବାର ରେ ଅଗ୍ନି କାଣ୍ଡ ହୋଇଚି। ପୁରୀ ରେ ବହୁତ୍ ହୋଟେଲ, ବାର, କ୍ଲବ୍ ଅଛି । ସେଠାରେ ମଧ୍ୟ ଅଗ୍ନି କାଣ୍ଡ ହେବାର ଆଶଙ୍କା ରହିଛି। ଏଣୁ ସବୁ ଆମେ ଜାଞ୍ଜ କରୁଚୁ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ। ଅନେକ ହୋଟେଲ କୁ ଆମେ ନୋଟିସ କରିଚୁ। ସଚେତନ ମଧ୍ୟ କରାଯାଇଛି। ଅନେକ ହୋଟେଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ସାରିଲେଣି। ଆଗକୁ ଜିରୋ ନାଇଟ ସେଳିବ୍ରେଶନ ରହିଛି। ଏଣୁ ଏହି ଯାଞ୍ଜ ପ୍ରକ୍ରିୟା ଆମର ଜାରି ରହିବ।



B - ପ୍ରଭାତ କୁମାର ରାଉତ, ଆସିଷ୍ଟାଣ୍ଟ ଫାୟାର ଅଫିସର, ପୁରୀ ଫାୟାର ଷ୍ଟେସନ

💬 Leave a Comment

🗨️ Approved Comments

No comments yet.

🔗 Share this article: