ଜମି ବିକ୍ରି ଉପରେ ରୋକ ଲାଗିବା ପରେ ବିକ୍ରି ହେଲା କିପରି : ଆପ ସଂଜୀବ ମହାନ୍ତି - NILACHALA SAMACHAR
Article Image

ଜମି ବିକ୍ରି ଉପରେ ରୋକ ଲାଗିବା ପରେ ବିକ୍ରି ହେଲା କିପରି : ଆପ ସଂଜୀବ ମହାନ୍ତି

🗂 Local | 🕒 08 May 2025, 14:42 IST



ପୁରୀ ଗୋପ ତହସିଲ ଅଫିସ ରେ ଜମି କେଳାଙ୍କାରୀ ଚାଲୁଚି. ଏହାର ସମ୍ପୂର୍ଣ ତଥ୍ୟ ସହ ଆମ ଆଦମୀ ପାର୍ଟ ଏଜ ସାମ୍ବାଦିକ ସମିଳନୀ ରେ ଏହାର ଖୁଲାସା କରିଛି. ଓଡିଶା ସରକାର ଜମି ପାର୍ଟ ପ୍ଲଟ କରି ବିକ୍ରି କରିବା ବନ୍ଦ କରିଥିବା ବେଳେ ଗୋପ ତହସିଲ ଅଫିସ ର କିଛି ଅଫିସର ଚଞ୍ଚକତା କରି ଏହି ଜମିକୁ ବିକ୍ରି କରି ପଟା ମଧ୍ୟ ଦେଇଛନ୍ତି. ଏହା ଉପରେ ପ୍ରଶ୍ନ ହେବାର କାରଣ ଏହି ଜମି ଅଭୟାରଣ୍ୟ ମଧ୍ୟ ରେ ରହିଛି. ଅଭୟାରଣ୍ୟ ରେ କୌଣସି ସ୍ଥିତିବାନ ଜମି ଥିଲେ ଯଦି କାହାକୁ ବିକ୍ରି କରାଯାଏ ତେବେ କୋଉ ଉଦେଶ୍ୟ ରେ ବିକ୍ରି କରାଯାଇଛି ତାହା ସ୍ପଷ୍ଟ କରିବାକୁ ପଡେ କାରଣ କୌଣସି ଜାଗା ଉପରେ ନିର୍ମାଣ କାର୍ଯ୍ୟ ହେଇପାରିବନି, ପ୍ଲଟିଙ୍ଗ କରାଯାଇ ପାରିବ ନାହିଁ, ବ୍ୟବସୟିକ ଅନୁଷ୍ଠାନ ଗଢି ଉଠିପାରିବନି. ଯଦି ହେବ ତାହା ଜିଲ୍ଲାପାଳ ଓ ଜଙ୍ଗଲ ବିଭାଗ ଅଫିସର ଙ୍କ ଅନୁମତି ଆବଶ୍ୟକ. ଆମେ ଜାଣିବାକୁ ପାଇଲୁ ଯେ ଅଭୟାରଣ୍ୟ ଜମି ରେ ପ୍ଲଟିଙ୍ଗ କରାଯଇଛି ଓ ଏହାର ମାର୍କେଟିଙ୍ଗ ମଧ୍ୟ କରାଗଲାଣି. ସବୁଠୁ ବଡ଼ କଥା ହେଲା ବିଜୁଳି line ଦିଆଯାଇଛି ବୋଲି ଭିଡିଓ କରି ସାମାଜିକ ଗଣମାଧ୍ୟମ ରେ ଏହାକୁ ପ୍ରଚାର କରାଯାଉଛି. ପୂର୍ବ ସରକାର ସମୟରେ ଅଫିସର ରାଜ ର ଫାଇଦା ନେଇ ଅସାଧୁ ବ୍ୟକ୍ତିମାନେ ଏ ପ୍ରକାର କାମ କରିନେଇଛନ୍ତି. ଯଦି ଜଙ୍ଗଲ ଜମି କୁ ଏଭଳି ବିକ୍ରି କରାଯିବ ତେବେ ଅଭୟାରଣ୍ୟ ର ନାମ ଉଠେଇଦିଆଯାଉ.. ସବୁଠାରୁ ବଡ଼ ବିଷୟ ହେଲା ତହସିଲଦାର ବିନା ଖୋଲ ତାଡ଼ ରେ ସମସ୍ତ ପେପେର କୁ ଅନୁମତି ଦେଲେ କେମିତି? ଯଦି DFO ଏ ବିଷୟରେ ଜାଣି ମଧ୍ୟ ଆଜି ଯାଏଁ ଚୁପ କାହିଁକି? ଏସମସ୍ତ ଘଟଣା କୁ ଅନୁଧ୍ୟାନ କଲେ ଜଣା ପଡୁଛି ଯେ ଅଫିସର ମାନେ ଅସାଧୁ ବ୍ୟବସୟୀ ଙ୍କ ହତାବିରିସୀ ହେଇଛନ୍ତି, ଏମିତି ମଙ୍ଗରାଜ ଭଳି ବ୍ୟକ୍ତି ଙ୍କୁ ସାହସ ପ୍ରଦାନ କରି ନିଜେ ମଧ୍ୟ ମାଲାମାଲ ହେଇଛନ୍ତି. ଉପ ମୁଖ୍ୟମନ୍ତ୍ରୀ ଯେବେଠୁ ଘୋଷଣା କରିଛନ୍ତି ଯେ ପୁରୀ କୋଣାର୍କ ରାସ୍ତା 4 lane ହେବ ସେବେଠୁ ବହୁତ ବାହାର ଲୋକ ଜମି କିଣିବାକୁ ତତ୍ପରତା ଦେଖାଇଛନ୍ତି, ଏହାର ସୁଯୋଗ ନେଇ ବିଲଡର ମାନେ ମୋଟା ଅଙ୍କର ଅର୍ଥ ନେଇ ଚାଲିଛନ୍ତି ଯାହା କି ଅପରାଧ ଶ୍ରେଣୀ ରେ ଯାଉଛି. ଏ ସମସ୍ତ ବିଷୟରେ ଖୁଲାସା କରିବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ ତୁରନ୍ତ ଅସାଧୁ ଅଧିକାରୀ ଙ୍କ ଉପରେ କମିଶନ ବସେଇ କାର୍ଯ୍ୟାନୁଷ୍ଠାନ ନିଆଯାଉ, ତୁରନ୍ତ ସେ ସମସ୍ତ ଜମିକୁ ବନ୍ଦ କରି ଦିଆଯାଇଛି ବୋଲି ଘୋଷଣା କରାଯାଉ, DFO, ତହସିଲଦାର, ବିଜୁଳି ବିଭାଗ ମୁଖ୍ୟଙ୍କୁ ଏହା ଉପରେ ରିପୋର୍ଟ ମଗାଯାଉ. ଯଦି 7 ଦିନ ଭିତରେ କୌଣସି ପଦକ୍ଷେପ ସରକାର ନ ନିଅନ୍ତି ତେବେ ଆମ ଆଦମୀ ପାର୍ଟି ରାଜରାସ୍ତା କୁ ସେଇ ନିରୀହ ହରିଣ ଙ୍କ ପାଇଁ ଓଲ୍ହେଇବୁ. ଆଗକୁ ଯେ କୌଣସି ପରିସ୍ଥିତି ହୁଏ ସେଥିପାଇଁ ସରକାର ଦାୟୀ ରହିବେ.ଆଜିର ଏହି ପ୍ରେସ ବାର୍ତା ରେ ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି, ଉପସଭାପତି ରବୀନ୍ଦ୍ର ସାହୁ, ଉମାକାନ୍ତ ସାହୁ, ରମେଶ ମହାନ୍ତି, ରମାକାନ୍ତ ସ୍ୱାଇଁ, ରମେଶ ମହାନ୍ତି ଉପସ୍ଥିତ ଥିଲେ.

💬 Leave a Comment

🗨️ Approved Comments

No comments yet.

🔗 Share this article: