ଦେଶୀମଦ କାରବାର ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଦେଶୀମଦ କାରବାର ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 27 Dec 2025, 21:15 IST

ପୁରୀ, ୨୭/୧୨ : ନବକଳେବର ରୋଡ ନୁଆସାହିରେ ସର୍ବସାଧାରଣରେ ଦେଶୀମଦ କାରବାର କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ୧୪ଲିଟର ଦେଶୀମଦ ଜବତ କରିଛି ପୁଲିସ l ଅଭିଯୁକ୍ତ ଜଣକ ନବକଳେବର ରୋଡ ନୁଆସାହିର ବାବୁଲି ଭୋଇ ୪୩ l ଅଭିଯୁକ୍ତ ଦେଶୀମଦ କାରବାର କରୁଥିବା ନେଇ ପାଟ୍ରୋଲିଙ୍ଗ ବେଳେ ପୁଲିସ ବିଶେଷ ସୂତ୍ରରୁ ଜଣିବାକୁ ପାଇଥିଲା l ପୁଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଦେଶୀମଦ ଜବତ କରିଥିଲା l ଓଡିଶା ଅବକାରୀ ଆକ୍ଟରେ ୨୮୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: