ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି କରୁଥିବା ଯୁବକକୁ କାବୁ କରି କୁମ୍ଭାରପଡା ଥାନା ଜିମା ଦେଲେ ସୁରକ୍ଷାକର୍ମୀ - NILACHALA SAMACHAR
Article Image

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି କରୁଥିବା ଯୁବକକୁ କାବୁ କରି କୁମ୍ଭାରପଡା ଥାନା ଜିମା ଦେଲେ ସୁରକ୍ଷାକର୍ମୀ

🗂 Local | 🕒 09 May 2025, 20:23 IST

ପୁରୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି କରୁଥିବା ଯୁବକକୁ କାବୁ କରି କୁମ୍ଭାରପଡା ଥାନା ଜିମା ଦେଲେ ସୁରକ୍ଷାକର୍ମୀ l ଆଜି ସକାଳ 9ଟାରେ ଉକ୍ତ ଯୁବକ ଜଣକ ମେଡିକାଲ ଆସିଥିଲେ l ମେଡିକାଲ ଭିତରେ ପାର୍କିଂ ସ୍ଥଳରୁ ଏକ ବାଇକ ନେଇ ଯାଉଥିବା ବେଳେ ବାଇକ ମାଲିକ ଚୋର ଚୋର କହି ପାଟି କରିଥିଲେ l କାର୍ଯ୍ୟରତ ଥିବା ସୁରକ୍ଷକର୍ମୀ ପ୍ରତାପ କୁମାର ସ୍ୱାଇଁ, ଭାସ୍କର ଦାସ ସଙ୍ଗେ ସଙ୍ଗେ ଉକ୍ତ ଯୁବକକୁ ବ୍ଲଡ଼ ବ୍ୟାଙ୍କ ନିକଟରୁ ବାଇକ ସହ କାବୁ କରିଥିଲେ l. ପରେ ଯୁବକକୁ ମେଡିକାଲ ପୁଲିସ ସହାୟତା କେନ୍ଦ୍ର ସହଯୋଗରେ କୁମ୍ଭାରପଡା ଥାନାର ଜିମା ଦିଆଯାଇଥିଲା l ଥାନାରେ ଯୁବକକୁ ପଚରା ଉଚରା କରାଯାଉଥିବା ନେଇ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: