🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ ବଡ଼ଦାଣ୍ଡରେ ଜମିଲା ଭିଡ଼, ରାତି ୨ ଟାରୁ ଦର୍ଶନ କରୁଛନ୍ତି ଭକ୍ତ - NILACHALA SAMACHAR
Article Image

ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ ବଡ଼ଦାଣ୍ଡରେ ଜମିଲା ଭିଡ଼, ରାତି ୨ ଟାରୁ ଦର୍ଶନ କରୁଛନ୍ତି ଭକ୍ତ

🗂 Art & Culture | 🕒 01 Jan 2026, 14:52 IST

ପୁରୀ, ୦୧/୦୧: ବିଦାୟ ନେଇଛି ବର୍ଷ ୨୦୨୫, ଆସିଛି ୨୦୨୬ । ସବୁଠି ଇଂରାଜୀ ନବବର୍ଷ ପାଇଁ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ବର୍ଷର ଆରମ୍ଭ ଦିନରେ ଜଗା ଦୁଆରେ ପ୍ରଣିପାତ କରି ନୂଆ ଉତ୍ସାହ ସହ କିଛି ନୂଆ ଆରମ୍ଭ କରିବା ଉଦ୍ଦେଶ୍ୟରେ ପୁରୀକୁ ଛୁଟିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିରଠାରୁ ସମୁଦ୍ର, ବଡ଼ଦାଣ୍ଡଠାରୁ ବେଳାମାର୍ଗ ସବୁଠି ଶ୍ରଦ୍ଧାଳୁଙ୍କ ସମାଗମ। ନବବର୍ଷ ଶୁଭମୟ ହେଉ ବୋଲି ମହାପ୍ରଭୁଙ୍କୁ ଗୁହାରି କରୁଛି ତ କିଏ ସୁନ୍ଦର ଅନୁଭୂତିରେ ବର୍ଷ ବିତିଥିବାରୁ କୃତଜ୍ଞତାର ଲୁହ ଝରାଉଛି ।


ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଚାଲିଛି । କେବଳ ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତିି। ମନ୍ଦିର ଭିତରେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

 କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରୁ ବି ଦର୍ଶକଙ୍କ ସମାଗମ ହୋଇଛି । ବିଶ୍ୱାସ ଅଛି ଜଗନ୍ନାଥଙ୍କ ଦର୍ଶନ କଲେ ପରିବାରର ମଙ୍ଗଳ କାମନା ହୁଏ । ନୂଆବର୍ଷ ସୁଖ ସମୃଦ୍ଧିରେ କଟିବାକୁ କାମନା କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଆଶିଷ ମିଳିଲେ ହସଖୁସିରେ ବର୍ଷ କଟିଯିବ ବୋଲି ବିଶ୍ୱାସ ରହିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: