ଘରୁ ଟଙ୍କା ସହ ସୁନାଅଳଙ୍କାର ଚୋରି, ବେଙ୍ଗ ସହ କାଳିଆ ଗିରଫ - NILACHALA SAMACHAR
Article Image

ଘରୁ ଟଙ୍କା ସହ ସୁନାଅଳଙ୍କାର ଚୋରି, ବେଙ୍ଗ ସହ କାଳିଆ ଗିରଫ

🗂 Crime | 🕒 03 Jan 2026, 00:37 IST


ପୁରୀ, ୨/୧ : ଘରେ ପଶି ଟଙ୍କା, ସୁନାଅଳଙ୍କାର ଚୋରି କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚକ୍ରତୀର୍ଥ ରୋଡ ନୂଆସାହିର ବେଙ୍ଗ ଓରଫ ସିପୁନ ଦାସ ୨୨ ଓ କାଳିଆ ଜେନା ୨୭ l ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲ୍ୟାପଟପ, ସୁନା ଚେନ ଓ ୫୦୦ଟଙ୍କା ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ସିଦ୍ଧମହାବୀର ମୈତ୍ରୀବିହାରର ଅନିଲ ପଟ୍ଟନାୟକ ଘରୁ ଚୋରି ହୋଇଥିବା ନେଇ ଗତ ୩୧ତାରିଖରେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଗତ ୩୦ତାରିଖ ସନ୍ଧ୍ୟାରେ ବଜାରକୁ ଆସିଥିଲେ l ରାତିରେ ଘରକୁ ଫେରି ଦେଖିଥିଲେ ଯେ ଘର ପଛପଟେ ଝରକା ଗ୍ରିଲ ଓ ଡୋର ଭାଙ୍ଗି କେହି ଦୃବୃତ୍ତ ଘରେ ପଶି ଲ୍ୟାପଟପ, ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ନେଇଛି l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୨୮୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ଅଭିଯୁକ୍ତ ଦ୍ବୟକୁ ଗିରଫ କରାଯାଇ ଚୋରି ଜିନିଷ ଜବତ ପରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: