🗂 Local | 🕒 09 May 2025, 20:50 IST
ପୁରୀ ଚନ୍ଦନପୁର ବାଇପାସ ରାସ୍ତାରୁ ରକ୍ତାକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ହାଇୱେ ପେଟ୍ରୋଲିଂ ପୁଲିସ l ଚନ୍ଦନପୁର ବାଇପାସ ରାସ୍ତାରେ ଯୁବକ ଜଣକ ବାଇକ ସହ ପଡି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ l ଘଟଣା ସ୍ଥଳରୁ ସତ୍ୟବାଦୀ ଥାନା ଅନ୍ତର୍ଗତ ହାଇୱେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ଏସପିଓ ଗଗନ ବିହାରୀ ସ୍ୱାଇଁ ତାଙ୍କର ଟିମ ସହ ପହଁଚି ରକ୍ତାକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ l ଯୁବକଙ୍କ ପରିଚୟ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ବେହେରା ସାହି ରାଜ କିଶୋର ବେହେରା 35 l ଯାହା ଜଣାପଡିଛି ଯେ ଯୁବକ ଜଣକ ତାଙ୍କର ଓଡି 13ଏଫ 5772 ନମ୍ବର ବିଶିଷ୍ଟ ବାଇକ ସହ ଯାଉଥିବା ବେଳେ ଭାରସାମ୍ୟ ହରାଇ ରୋଡ଼ ଡିଭାଇଡରରେ ପିଟି ହୋଇ ରକ୍ତାକ୍ତ ହୋଇଥିଲେ l ଏଥିସହ ବାଇକ ନଷ୍ଟ ହୋଇଥିଲା l ଘଟଣାଟି ଆଜି ଅପରାହ୍ନ 3ଟାରେ ଘଟିଥିଲା l
No comments yet.