ବସ୍ ଧକ୍କାରେ ନ୍ୟୁଜ୍ ସେଭେନ୍ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ - NILACHALA SAMACHAR
Article Image

ବସ୍ ଧକ୍କାରେ ନ୍ୟୁଜ୍ ସେଭେନ୍ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ

🗂 Local | 🕒 06 Jan 2026, 23:54 IST

ପୁରୀ ୬/୧ : ସଡ଼କ ଦୁର୍ଘଟଣାରେ ଚାଲିଗଲା ନ୍ୟୁଜ ସେଭେନ୍‌ ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା ଆଉ ଜଣେ ସଂପର୍କୀୟଙ୍କର ବି ମୃତ୍ୟୁ ହୋଇଯାଇଛି ।


ସୂଚନା ଅନୁଯାୟୀ, ଆଜି ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍‌ଟି ସ୍କୁଟିକୁ ଧକ୍କା ଦେଇଥିଲା।ପରେ ସ୍କୁଟରଟିକୁ ପ୍ରାୟ ୨୦ରୁ ୩୦ମିଟର ଘୋଷାଡ଼ି ନେଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପ୍ରମେୟ ନ୍ୟୁଜ୍-୭ ସାମ୍ବାଦିକା ଶିଲା ପଟ୍ଟନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରିଥିବା ବେଳେ ଫେରାର ଥିବା ସାରଳା ବସ୍ ଧରିବାକୁ ଉଦ୍ୟମ ଜାରି ରଖିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: